ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି
ଭୁବନେଶ୍ଵର : ରାଜ୍ୟରେ ଶନିବାର ଆଉ ୬୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି ପାଇଛି। ଗଂଜାମ ଜିଲ୍ଲାରୁ ୪୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ, ରାଉରକେଲାରୁ ୨ ଜଣ, ଭଦ୍ରକ, ମୟୂରଭଂଜ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି।
Another 62 #Covid19 patients have recovered and are being discharged.
41 are from Ganjam,
15 from Balasore,
2 from Rourkela and
1 each from Bhadrak, Mayurbhanj, Jajpur and Maharashtra (other State patient in our hospital).— H & FW Dept Odisha (@HFWOdisha) May 23, 2020
Comments are closed.