www.samajalive.in
Sunday, December 7, 2025
14.1 C
Bhubaneswar

ଅନୀଲ ଅମ୍ବାନୀଙ୍କ ଟେଲିକମ କମ୍ପାନୀ କିଣିବ ୟୁଭିଏଆରସିଏଲ

ନୂଆଦିଲ୍ଲୀ: ଖୁବଶୀଘ୍ର ବିକ୍ରି ହେବାକୁ ଯାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନଭାଇ ଅନୀଲ ଅମ୍ବାନୀଙ୍କ ଟେଲିକମ ବ୍ୟବସାୟ। କାରଣ ଜାତୀୟ କମ୍ପାନୀ ଆଇନ ଟ୍ରାଇବୁନାଲ (ଏନସିଏଲଟି) ବୁଧବାର ରିଲାଏନ୍ସ କମ୍ପ୍ୟୁନିକେସନ୍ସ ଏବଂ ଏହାର ସହାୟକ କମ୍ପାନୀଙ୍କ ସମାଧାନ ଯୋଜନା ଉପରେ ଶୁଣାଣି କରିବାକୁ ଯାଉଛନ୍ତି। ଅନ୍ୟ ପକ୍ଷରେ ଆରକମର ଅଂଶୀଦାରମାନେ ୟୁଭି ଆସେଟସ ରିଜୋଲ୍ୟୁସନ୍ ଏବଂ ଜିଓର ସମାଧାନ ଯୋଜନାକୁ ଇତି ମଧ୍ୟରେ ମଞ୍ଜୁରି ଦେଇସାରିଛନ୍ତି। ଏହି ଦୁଇ କମ୍ପାନୀଙ୍କୁ ବର୍ତ୍ତମାନ ଆରକମ୍ ସମ୍ପତ୍ତି କ୍ରୟର ପ୍ରବଳ ଦାବିଦାର କୁହାଯାଉଛି। ଏହି ଅନୁକ୍ରମରେ ଆରକମର ଭବିଷ୍ୟତକୁ ନେଇ ଚାଲିଥିବା ଅଟକଳବାଜି ସମୟରେ ଦିଲ୍ଲୀର ୟୁଭିଏଆରସିଏଲ ଅନୀଲଙ୍କ ଟେଲିକମ ବ୍ୟବସାୟ କ୍ରୟ କରିବାକୁ ଯାଉଥିବା ଜଣାଯାଇଛି। ୟୁଭିଏଆରସିଏଲ ଆରକମ୍ ଏବଂ ଏହାର ସହାୟକ କମ୍ପାନୀକୁ ଅଧିଗ୍ରହଣ କରିବାକୁ ୧୬, ୦୦୦ କୋଟି ଟଙ୍କାର ନିଲାମ ଡାକିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ୟୁଭିଏଆରସିଏଲ ହେଉଛି ଚାପଗ୍ରସ୍ତ ଟେଲିକମ କମ୍ପାନୀଙ୍କ ସମ୍ପତ୍ତି କ୍ରୟ କରୁଥିବା ଏକ ଗ୍ରୁପ। ବର୍ତ୍ତମାନ ଏହି ନୂଆ କମ୍ପାନୀକୁ ନେଇ ଶିଳ୍ପରେ ପ୍ରବକ ଚର୍ଚ୍ଚା ଚାଲିଛି। ୟୁଭିଏଆରସିଏଲ ପାଖରେ ସ୍ପେକଟ୍ରମ ଓ ଡାଟା ସେଣ୍ଟର ରହିଛି । ଅନ୍ୟପକ୍ଷରେ ଅନୀଲଙ୍କ ରିଲାଏନ୍ସ ଇନଫ୍ରାଟେଲ ମୁକେଶଙ୍କ ଜିଓ ଭାଗରେ ପଡିପାରେ। ଏ ନେଇ ୨୩୦୦୦ କୋଟି ଟଙ୍କାର କାରବାର ହୋଇପାରେ। ୟୁଭିଏଆରସିଏଲ ହେଉଛି ଦିଲ୍ଲୀର ଏକ ଆସେଟ ରିକନଷ୍ଟ୍ରକସନ କମ୍ପାନୀ। ଚଳିତବର୍ଷ କମ୍ପାନୀ ଏୟାରସେଲର ସମ୍ପତ୍ତି କ୍ରୟ କରିବାକୁ ଏନସିଏଲଟିର ମଞ୍ଜୁରି ହାସଲ କରିଥିଲା। ବୁକ ବିଲ୍ଡିଂ ପ୍ରକିୟାରେ ୟୁଭିଏଆରସିଏଲ ହେଉଛି ଦେଶର ଶ୍ରେଷ୍ଠ ଏଆରସିଙ୍କ ମଧ୍ୟରୁ ଅନ୍ୟତମ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories