www.samajalive.in
Saturday, December 6, 2025
15.1 C
Bhubaneswar

ଅଙ୍ଗନବାଡିରେ ମିଳିବ ବିରିୟାନୀ, ଚିକେନ୍‌ ଫ୍ରାଏ! ଦେଖନ୍ତୁ ଭିଡିଓ

ଥିରୁଭାନନ୍ତପୁରମ୍‌ : କେରଳରେ ଏକ ଅଙ୍ଗନବାଡି କେନ୍ଦ୍ରରେ ଉପମା ବଦଳରେ ବିରିୟାନୀ ଓ ଚିକେନ୍‌ ଫ୍ରାଏ ଖାଇବାକୁ ଇଚ୍ଛା କରୁଥିବା ଜଣେ ଶିଶୁଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଏହାପରେ ଶିଶୁ ଯତ୍ନ କେନ୍ଦ୍ରରେ ଖାଦ୍ୟ ତାଲିକା (ମେନ୍ୟୁ)ରେ ପରିବର୍ତ୍ତନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।
ରାଜ୍ୟର ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବୀଣା ଜର୍ଜ ସୋମବାର (ଫେବୃଆରୀ ୩)ରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଶିଶୁ ନିଜର ପ୍ରିୟ ଖାଦ୍ୟର ଫରମାଇସ୍‌ କରୁଛି । ଏହି ଘଟଣା ପରେ ଏବେ ଅଙ୍ଗନବାଡିରେ ଖାଦ୍ୟ ମେନ୍ୟୁ ପରିବର୍ତ୍ତନ ନେଇ ଆଲୋଚନା କରାଯାଉଛି।
ମନ୍ତ୍ରୀ କହିଛନ୍ତି, ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଭୋଜନ ସୁନିଶ୍ଚିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଜରିଆରେ ଭିନ୍ନ ଭିନ୍ନ ପ୍ରକାର ଭୋଜନ ଯୋଗାଇ ଦିଆଯାଏ । ଅଙ୍ଗନବାଡି କେନ୍ଦ୍ର ଜରିଆରେ ଅଣ୍ଡା ଓ କ୍ଷୀର ଉପଲବ୍ଧ କରାଇବା ଯୋଜନାରେ ବିଚାର କରାଯାଇଛି।

ଆଜି ବୃହସ୍ପତି ଚଳନ; ଜାଣନ୍ତୁ ସବୁ ରାଶି ଉପରେ ପଡିବ କି ପ୍ରଭାବ, କିଏ କିଣିବେ ଘର, ଗାଡି, କାହାର ହେବ ବିବାହ, ହେବେ ମାଲାମାଲ୍‌..

- Advertisement -

ଭାଇରାଲ୍‌ ଭିଡିଓରେ ଟୋପି ପିନ୍ଧିଥିବା ଏକ ଶିଶୁ ଘରେ ଅତି ସରଳ ଭାବରେ ନିଜ ମାଆକୁ କହୁଛି ଯେ, ମତେ ଅଙ୍ଗନବାଡିରେ ଉପମା ବଦଳରେ ବିରିଆନୀ ଓ ଚିକେନ୍‌ ଫ୍ରାଏ ଦରକାର। ଶିଶୁର ମାଆ ସେହି ସମୟରେ ଏହି ଭିଡିଓ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ପରେ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି।

ଭୋଜି ନିଅଣ୍ଟ ହେଲା ବୋଲି ବରପକ୍ଷ ଭାଙ୍ଗିଲେ ବିବାହ, ପୁଲିସ କଲା ଏମିତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories