ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ମାମୁଁ ଗିରଫ

ଧାମରା: ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଜେଲ ଗଲେ ସମ୍ପର୍କୀୟ ମାମୁଁ। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ଅଣ୍ଡିଆପାଟ ଗ୍ରାମରେ। ସୂଚନା ମୁତାବକ, ଛୋଟବେଳୁ ନାବାଳିକା ଜଣକ ନିଜ ମାମୁଁଘରେ ରହି ପାଠପଢୁଥିଲେ। ଗତକାଲି ସନ୍ଧ୍ୟାରେ ନାବାଳିକା ଗ୍ରାମରେ ଥିବା କ୍ଲବ ଘରକୁ ସରସ୍ୱତୀ ପୂଜା ଦେଖିବା ପାଇଁ ଯାଇଥିଲେ। ଭିଡ଼ ଭିତରେ ସମ୍ପର୍କୀୟ ମାମୁଁ ବ୍ରହ୍ମ।ନନ୍ଦ ସାମଲ ଭାଣିଜୀକୁ ପ୍ରଲୋଭନ ଦେଖାଇ କ୍ଲବ ଘର ପଛପଟକୁ ଡାକି ନେଇ ଦୁଷ୍କର୍ମ କରିଥିଲେ। ଘରକୁ ଫେରି ନାବାଳିକା ଜଣକ ନିଜ ମାଇଁଙ୍କ ପାଖରେ ସବୁ କଥା କହିଥିଲେ। ସଂଗେ ସଂଗେ ମାମୁଁଘର ଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଅଭିଯୋଗ କରିଥିଲେ। ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ଘଟଣାକୁ ଗୁରୁତର ସହ ନେଇ ରାତାରାତି ଅଭିଯୁକ୍ତକୁ ଗିରଫ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ନାବାଳିକାଙ୍କୁ ଡାକ୍ତର ମାଇନା ପାଇଁ ପଠାଯାଇଛି।

Comments are closed.