www.samajalive.in
Saturday, December 6, 2025
15.1 C
Bhubaneswar

ଭୋଜି ନିଅଣ୍ଟ ହେଲା ବୋଲି ବରପକ୍ଷ ଭାଙ୍ଗିଲେ ବିବାହ, ପୁଲିସ କଲା ଏମିତି..

ନୂଆଦିଲ୍ଲୀ : ଗୁଜରାଟର ସୁରଟରେ ବିବାହର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଏକ ଫିଲ୍ମ ଭଳି ସଭିଁଙ୍କୁ ଅନୁଭବ ହୋଇଛି। ରାହୁଲ ଓ ଅଞ୍ଜଳିଙ୍କ ବିବାହ ଭାଙ୍ଗିବା ଶେଷ ପର୍ଯ୍ୟାୟରେ ଥିଲା । ଏହାର କାରଣ ବିବାହ ଭୋଜି ସଠିକ୍‌ ବ୍ୟବସ୍ଥାରେ ହୋଇନଥିବାରୁ । ଏହାପରେ ପୁଲିସ ଥାନାରେ ଉଭୟଙ୍କ ବାହାଘର କରିଥିଲା। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା..

ମିଳିଥିବା ସୂଚନାନୁଯାୟୀ ବିହାରର ଜଣେ ବାସିନ୍ଦା ରାହୁଲ ଓ ଅଞ୍ଜଳିଙ୍କ ବିବାହ ସୁରଟର ଲକ୍ଷ୍ମୀ ହଲ୍‌ରେ ହେଉଥିଲା। ଠିକ୍‌ଠାକ୍‌ ସବୁକିଛି ଚାଲିଥିଲା। ମାତ୍ର ସମ୍ପର୍କୀୟଙ୍କ ନିକଟରେ ଖାଦ୍ୟ ପରଷା ଯିବା ମାତ୍ରେ ବର ପକ୍ଷ ଖାଦ୍ୟ ନିଅଣ୍ଟ ହେବାରୁ ରାଗି ଯାଇଥିଲେ। ଛୋଟ କଥାକୁ କେନ୍ଦ୍ର କରି ବର ପକ୍ଷ ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲେ। ଏହାପରେ ବିବାହ ଭାଙ୍ଗିଥିଲେ।

ଆଜି ବୃହସ୍ପତି ଚଳନ; ଜାଣନ୍ତୁ ସବୁ ରାଶି ଉପରେ ପଡିବ କି ପ୍ରଭାବ, କିଏ କିଣିବେ ଘର, ଗାଡି, କାହାର ହେବ ବିବାହ, ହେବେ ମାଲାମାଲ୍‌..

- Advertisement -

ଏହି ସମୟରେ କନ୍ୟା ଓ କନ୍ୟାଙ୍କ ପରିବାର ପୁଲିସର ସାହାଯ୍ୟ ଲୋଡି ଥିଲେ। କନ୍ୟା ପୁଲିସ ନିକଟରେ ଜଣାଇଥିଲେ ବର ବିବାହ ପାଇଁ ରାଜି ଅଛନ୍ତି ମାତ୍ର ତାଙ୍କ ପରିବାର ନୁହେଁ। ଏହାପରେ ପୁଲିସ ଉଭୟ ପକ୍ଷକୁ ଥାନାକୁ ଡାକି ସେମାନଙ୍କୁ ଶାନ୍ତ କରିବା ସହ ବରପକ୍ଷ ରାଜି ହୋଇଥିଲେ । ମାତ୍ର ବର ଭୟରେ ଥିଲେ ପୁଣି ବିବାହ ହଲ୍‌ରେ ଗଣ୍ଡଗୋଳ ହେବ। ଏହାପରେ ପୁଲିସ ଥାନାରେ ହିଁ ଉଭୟଙ୍କ ବିବାହ କରାଇବା ପରେ ଘରକୁ ପଠାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories