ଆଜି ବୃହସ୍ପତି ଚଳନ; ଜାଣନ୍ତୁ ସବୁ ରାଶି ଉପରେ ପଡିବ କି ପ୍ରଭାବ, କିଏ କିଣିବେ ଘର, ଗାଡି, କାହାର ହେବ ବିବାହ, ହେବେ ମାଲାମାଲ୍..

ଦେବଗୁରୁ ବୃହସ୍ପତିଙ୍କୁ ଖୁବ୍ ଶୁଭ ଗ୍ରହ ବୋଲି କୁହାଯାଏ। ୪ ଫେବୃଆରୀ ୨୦୨୫ରେ ଗୁରୁ ବୃଷ ରାଶିରେ ସିଧା ଚଳନ କରୁଛନ୍ତି। ଏହା ବର୍ଷ ୨୦୨୫ର ଏକ ମହତ୍ତ୍ୱପୂର୍ଣ୍ଣ ଚଳନ । ଗୁରୁ ସିଧା ଚଳନ କରିବା ଦ୍ୱାରା ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ସକରାତ୍ମକ ପ୍ରଭାବ ପକାଇଥାଏ । ବିଶେଷ ଭାବେ ଧନ, ସନ୍ତାନ, ଭାଗ୍ୟ, ଶିକ୍ଷା ଓ ବିବାହ ସହ ଜଡିତ। ଗୁରୁ ଏହି ସମୟରେ ବୃଷ ରାଶିରେ ଚନ୍ଦ୍ରମାଙ୍କ ନକ୍ଷତ୍ରକୁ ପାର୍ କରି ୧୪ ମେ’୨୦୨୫ରେ ମିଥୁନ ରାଶିରେ ପ୍ରବେଶ କରିବେ। ଗୁରୁଙ୍କ ଏହି ଚଳନ ଖୁବ୍ ଶୁଭ ବୋଲି କୁହାଯାଏ । ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ କି ଫଳ..
ମେଷ – ଜୀବନରେ ସୁଖ ଓ ସମୃଦ୍ଧିର ଆଗମନ ହେବ । ସକରାତ୍ମକ ପ୍ରଭାବ ରହିବ । ପରିବାର ଓ ଆର୍ଥିକ ସ୍ଥିତିରେ ବିଶେଷ ଉନ୍ନତି ହେବ । ପରିବାରରେ ଶୁଭ କାର୍ଯ୍ୟ ହେବ । ପରିଶ୍ରମ କରି ଖୁବ୍ ସଫଳତା ପାଇବେ । ଅଟକି ଥିବା କାମ ପୂରଣ ହେବ । ଘର କିମ୍ବା ଯାନ କିଣିବାର ଯୋଗ ରହିଛି । ଅତ୍ୟନ୍ତ ଶୁଭ ସମୟ । ବାଣୀ ଓ ବ୍ୟବହାରରେ ମଧୁରତା ରହିବ ।
ବୃଷ – ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । ପୁରୁଣା ରୋଗ ଦୂର ହେବ । ପୂର୍ବ ଅପେକ୍ଷା ଅଧିକ ସୁସ୍ଥ ଅନୁଭବ କରିବେ । ପରିବାରରେ ହସଖୁସିର ବାତାବରଣ ରହିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସନ୍ତାନ ସୁଖ ପ୍ରାପ୍ତି ହେବ । ସମୟ ଶୁଭଙ୍କର ଥିବା ସହ ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବ । ନୂଆ କାମ ଆରମ୍ଭ କରିବେ ।
ମିଥୁନ – ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ଦୃଷ୍ଟିରୁ ଏହି ସମୟ ବେଶ ଶୁଭଙ୍କର । ଧନ ଖର୍ଚ୍ଚ କମ୍ ହେବା ସହ ସଞ୍ଚୟ ବଢିବ । ସକରାତ୍ମକ ଫଳ ମିଳିବ ।
କର୍କଟ- ଅଟକି ଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ଥିବା ବାଧା ଦୂର ହେବ । ଆର୍ଥିକ ଦୃଷ୍ଟିରୁ ସମୟ ବେଶ ଶୁଭଙ୍କର । ଟଙ୍କା ନିବେଶ କରି ଲାଭବାନ୍ ହେବେ । ପ୍ରେମ ସମ୍ପର୍କ ମଜଭୁତ ହେବ । ବିବାହର ଯୋଗ ରହିଛି । ଯାତ୍ରାର ମଧ୍ୟ ଯୋଗ ରହିଛି ।
ସିଂହ – ଚାକିରି ଓ ବ୍ୟବସାୟରେ ଖୁବ୍ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ । ପରିବାରରେ ଥିବା ମତଭେଦ ଦୂର ହେବ । ଘର ଓ ଗାଡି କିଣିବାର ଯୋଗ ରହିଛି । ପ୍ରେମ ସମ୍ପର୍କରେ ମଧୁରତା ରହିବ । ବିବାହର ଯୋଗ ରହିଛି । ପରିଶ୍ରମର ଶୁଭଫଳ ପାଇବେ ।
କନ୍ୟା – ମାନସିକ ଅଶାନ୍ତି ଦୂର ହେବ । ଅନେକ କ୍ଷେତ୍ରରେ ଶୁଭଫଳ ମିଳିବ । ମାଆଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ଶାନ୍ତି ରହିବ । ଯାତ୍ରାର ଯୋଗ ରହିଛି । ଶୁଭ ଫଳ ମିଳିବ ।

ତୁଳା- ବିଦେଶ ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା କାମ ପୂରଣ ହେବ । ଜ୍ଞାନ ଓ ବୁଦ୍ଧିରେ ଉନ୍ନତି ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ । ସଫଳତା ମିଳିବ ।
ବିଛା- ଅନେକ ଶୁଭଫଳ ମିଳିବ । ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଆର୍ଥିକ ଦୃଷ୍ଟିରୁ ଏହି ସମୟ ଶୁଭଙ୍କର । ନୂଆ ବ୍ୟବସାୟ ଆରମ୍ଭ କରିବେ । ବ୍ୟବସାୟୀ ଲାଭବାନ୍ ହେବେ । ଟଙ୍କା ନିବେଶ କରି ଲାଭବାନ୍ ହେବେ ।
ଧନୁ- ସ୍ୱାସ୍ଥ୍ୟକ୍ଷେତ୍ରରେ ଲାଭବାନ୍ ହେବେ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ମାନ-ସମ୍ମାନ, ପ୍ରତିଷ୍ଠା ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।
ମକର- ସଠିକ୍ ନିଷ୍ପତ୍ତି ନେବେ । ସନ୍ତାନ ସହ ଜଡିତ ଶୁଭ ଖବର ମିଳିବ । ବିଦେଶ ସହ ଜଡିତ କାର୍ଯ୍ୟରେ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ଜୀବନରେ ଥିବା ସମସ୍ୟା ଦୂର ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ରହିବ ।
କୁମ୍ଭ- କର୍ମକ୍ଷେତ୍ରରେ ଲାଭ ମିଳିବ । ଚାକିରିରେ ପଦନ୍ନୋତି ହେବ । ନୂଆ ଚାକିରିର ମଧ୍ୟ ଯୋଗ ରହିଛି । ପରିବାରରେ ସୁଖ-ଶାନ୍ତି ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରିବାର ଓ ଚାକିରିରେ ଶୁଭ ସମୟ ଆସିବ ।
ମୀନ- କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଯାତ୍ରାର ଯୋଗ ରହିଛି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ବ୍ୟବସାୟୀ ଲାଭବାନ୍ ହେବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।

Comments are closed.