ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ: ମଙ୍ଗଳବାର ରାଶିଫଳ

ମେଷ : ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ବିଖ୍ୟାତ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସତର୍କତାର ସହ ଚଳିବାକୁ ପଡ଼ିବ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସଦା ସର୍ବଦା ସତ୍‌ପରାୟଣ ହେବେ। ସମ୍ମାନିତ ହୋଇପାରନ୍ତି।
ମିଥୁନ: ଭାଇ, ବନ୍ଧୁ, ପରିବାରର ସହାୟତା ପାଇ ଶତ୍ରୁକୁ ପରାଜିତ କରିବା ସହିତ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଧର୍ମକ୍ରିୟାରତ ହୋଇପାରନ୍ତି। ଶୁଭକାର୍ଯ୍ୟ ସମ୍ପାଦିତ ହେବ।

କର୍କଟ:ଧନାଗମର ଧାରା ଅବ୍ୟାହତ ରହିବ। ପ୍ରବଚନର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି।
ସିଂହ: ପରିଶ୍ରମ କଷ୍ଟସାଧ୍ୟ ହେଲେ ବି ତା’ର ମୂଲ୍ୟ ମିଳିବ। ଯଦିଓ କେତକ ସ୍ଥାନରେ ଭୁଲ ବୁଝାମଣା ଘଟିବ, କିଛି ସମୟ ମଧ୍ୟରେ ତା’ର ସମାଧାନ ହେବ। ସ୍ବାସ୍ଥ୍ୟ ରକ୍ଷା ପାଇଁ ନିଜ ପରିବେଶକୁ ପ୍ରଦୂଷଣମୁକ୍ତ କରିପାରନ୍ତି।

prayash

କନ୍ୟା: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତି ଦୃଢ଼ ରହିବ। ଅଶାନ୍ତି ଦୂର ହେବ। ସରକାରୀ କୃପାପାତ୍ର ହୋଇପାରନ୍ତି। ଦେବ ଦର୍ଶନ ପାଇ ସମସ୍ତ କଳ୍ମଷ ଦୂର କରିପାରନ୍ତି।
ତୁଳା: ଆୟର ମାତ୍ରା ବୃଦ୍ଧି ଘଟିପାରେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ଓ ବନ୍ଧୁ ସହାୟତା ମିଳିପାରେ। ଚିନ୍ତାଧାରା ଉନ୍ନତମାନର ହେବ। ଶାସ୍ତ୍ରାଭ୍ୟାସୀ, ବିନୀତ ସ୍ବଭାବସମ୍ପନ୍ନ ହେବେ।
ବିଛା: ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରିବେ। ସାହସୀ ଓ ଜ୍ଞାନୀ ହେବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
ଧନୁ: ଉତ୍ତମ ମିତ୍ର, ପୁତ୍ର ବା ପୁତ୍ରବତ୍‌ ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ବ୍ୟକ୍ତି ଆପଣଙ୍କ ସ୍ନେହାସ୍ପଦ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁଖୀ ହେବେ।
ମକର: ଯାନବାହନ ସୁଖ ମିଳିବା କଷ୍ଟସାଧ୍ୟ ହେବ। ବନ୍ଧୁମାନେ କରଛଡ଼ା ଦେଇ ଥିବାବେଳେ ନାନାବିଧ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ୍ ଓ ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।

କୁମ୍ଭ: ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତ ମାନର କରିପାରନ୍ତି। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ମିଳିବ। ଉତ୍ତମ ଗୁଣର ଆଧାର ହେବେ। ସେବା ମନୋଭାବର ହେବେ।
ମୀନ : ଧନବାନ୍‌ ହେବେ। ସ୍ତ୍ରୀ ମୋହନକାରୀ ହୋଇପାରନ୍ତି। ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ବାଣିଜ୍ୟ କାରବାର ଲାଭପ୍ରଦ ହେବ। ବିଚକ୍ଷଣ ବୁଦ୍ଧିପ୍ରାପ୍ତ ହୋଇପାରନ୍ତି। ସର୍ବଜନାନୁରକ୍ତ ହେବେ।

kalyan agarbati

Comments are closed.