www.samajalive.in
Saturday, December 6, 2025
23.1 C
Bhubaneswar

ପେପର ଗ୍ୟାଙ୍ଗର ୪ ଲୁଟେରାଙ୍କୁ ଧରିଲା ଜିଆରପି

ସମ୍ବଲପୁର: ଯାତ୍ରୀବାହୀ ରେଳଗାଡିରେ ଯାତ୍ରୀ ମାନଙ୍କ ଠାରୁ ଲୁଟ କରୁଥିବା ପେପର ଗ୍ୟାଙ୍ଗର ୪ ଜଣଙ୍କୁ ଜିଆରପି ଧରିଛି। ଚଳଚିତ୍ର ଷ୍ଟାଇଲରେ ଧରାଯାଇଥିବା ଏହି ଲୁଟେରାମାନଙ୍କ ନିକଟରୁ ଲୁଟ ସୁନା ଆଦି ଜବତ କରାଯାଇଛି।

ଜିଆରପି ଦେଇଥିବା ସୂଚନାନୁଯାୟୀ, ରାଉରକେଲା ଷ୍ଟେସନରୁ ସୋମବାର ସକାଳୁ ପେପର ଗ୍ୟାଙ୍ଗର କିଛି ଲୁଟେରା ଇନ୍ଟରସିଟି ଏକ୍ସପ୍ରେସରେ ଚଢ଼ି ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଖବର ମିଳିଥିଲା। ଏଣୁ ଜିଆରପିର ଏକ ଦଳ ଝାରସୁଗୁଡା ଠାରେ ଲୁଟେରାମାନେ ଥିବା ବଗିକୁ ଚଢ଼ି ଛକି ରହିଥିଲା। ଏହି ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ଉପର ସିଟରେ ବସି ପେପର ପଢ଼ିବା ଆଳରେ ରହି ସେଠାରେ ରଖାଯାଇଥିବା ଯାତ୍ରୀ ମାନଙ୍କର ବ୍ୟାଗ ଗୁଡିକରୁ ସୁନା, ରୂପା ଗହଣା ଆଦି ଲୁଟ କରିବା ସମୟରେ ୪ ଜଣଙ୍କୁ ଧରିଥିଲା।

- Advertisement -

ଗିରଫ ହୋଇଥିବା ଲୁଟେରାମାନେ ହେଉଛନ୍ତି ମଧ୍ୟପ୍ରଦେଶ ରାଜ୍ୟର ଦୁର୍ଗ ଜିଲା ସୁରଜ ନିଶାଦ, ବିହାର ରାଜ୍ୟ ଭାଗଲପୁର ଜିଲାର ପଙ୍କଜ କୁମାର ଯାଦବ, ଖଗରିଆ ଜିଲା ଧର୍ମେନ୍ଦ୍ର କୁମାର ମଣ୍ଡଳ ଓ ସୌରଭ ମଣ୍ଡଳ। ଲୁଟେରା ମାନଙ୍କ ନିକଟରୁ ଗୋଟିଏ ସୁନା ମାଳି ଓ ରୁପାର ମାଳି ଜବତ କରାଯାଇଛି।

ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଲୁଟିଆ ମାନଙ୍କୁ ଧରିବା ଦଳରେ ଏସଆଇ ଚାରୋ ତିର୍କୀ, ଜିଆରପିର କର୍ମଚାରୀ, ଆପିଏଫର ସିଆଇବ ୟୁନିଟର ବିବେକ, ଜି.ପି. ରାଜୁ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ। ଏହି ଲୁଟେରା ଗ୍ୟାଙ୍ଗ ପେପର ପଢ଼ିବା ଆଳରେ ଲୁଟ ଗୁଡିକୁ କରୁଥିବାରୁ ପେପର ଗ୍ୟାଙ୍ଗ ନାମରେ କୁଖ୍ୟାତି ରହିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories