www.samajalive.in
Sunday, December 7, 2025
23.1 C
Bhubaneswar

ହକ ଦାବିରେ ମନ୍ତ୍ରୀଙ୍କୁ ଫେରାଦ ହେଲେ ଅଙ୍ଗନବାଡି ସୁପରଭାଇଜର

ଟିଟିଲାଗଡ଼ : ସରକାରଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଗ୍ରେଜୁଏଟ ଡିଗ୍ରୀଧାରୀ ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି ସୁପରଭାଇଜର ଭାବରେ ପଦୋନ୍ନତି ପ୍ରଦାନ କରାଯାଇଛି। ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ କୌଣସି ଇନକ୍ରିମେଣ୍ଟ କିମ୍ବା ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ନଥିବା ପଶ୍ଚିମ ଓଡିଶାର ବିଭିନ୍ନ ଜିଲାର ଅଙ୍ଗନବାଡି ସୁପରଭାଇଜର ଟିଟିଲାଗଡ ଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଫେରାଦ ହୋଇଛନ୍ତି। ଏନେଇ ଲିଖିତ ଅଭିଯୋଗ ପ୍ରଦାନ ସହ ଅବିଳମ୍ବେ ସେମାନଙ୍କ ଦାବି ପୁରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

ସୁପରଭାଇଜର ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ୫୫୭ ଜଣ ଗ୍ରାଜୁଏଟ ଶିକ୍ଷା ପ୍ରାପ୍ତ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ଆଦେଶ କ୍ରମେ ସୁପରଭାଇଜର ପଦକୁ ଉନ୍ନିତ କରାଗଲା। ହେଲେ ବର୍ଷ ବର୍ଷ ଧରି କୌଣସି ଇନକ୍ରିମେଣ୍ଟ ପ୍ରଦାନ କରାଯାଉନାହିଁ। ସୁପରଭାଇଜର ଭାବରେ ଜଣେ ଜଣେ ଦୁଇରୁ ଅଧିକ ସେକ୍ଟରର ଦାୟତ୍ୱରେ ରହି କାର୍ଯ୍ୟ କରିବାକୁ ପଡୁଛି। ଦର ଦାମ ହୁ ହୁ ହୋଇ ବୃଦ୍ଧି ପାଇବାକୁ ଲାଗି ଥିବା ବେଳେ କୌଣସି ମହଙ୍ଗା ଭତ୍ତା ନାହିଁ। ଦୀର୍ଘ ୧୦/୧୧ ବର୍ଷ ପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ମିଳୁନି। ଅନ୍ୟପଟରେ ମେଟ୍ରିକ ପାସ କରିଥିବା ଅଙ୍ଗନବାଡି କର୍ମୀଙ୍କୁ ସୁପରଭାଇଜର ପଦକୁ ଉନ୍ନିତ କରିବା ସହ ବର୍ଷକୁ ବର୍ଷ ୧୦ ପ୍ରତିଶତ ବର୍ଦ୍ଧିତ ଦରମା, ୬ ବର୍ଷ ପରେ ସ୍ଥାୟୀ କରାଯିବା ପ୍ରକ୍ରିୟା ନିରନ୍ତର ଚାଲିଛି। ଏମିତିରେ ସେମାନେ ଗ୍ରାଜୁଏଟ ପାସ କରିଥିବା ସୁପରଭାଇଜରଙ୍କ ଦୋଷ କଣ ରହିଲା ବୋଲି ପ୍ରଶ୍ନ କରିଛନ୍ତି। ପଦୋନ୍ନତି ପାଇ ମଧ୍ୟ ସ୍ଥାୟୀ ନିଯୁକ୍ତି ପାଇନଥିବା ଅନେକ ଗ୍ରାଜୁଏଟ ଶିକ୍ଷା ପ୍ରାପ୍ତ ସୁପରଭାଇଜର ଅବସର ଗ୍ରହଣ କଲେଣି। କରୋନା ମହାମାରୀ ସମୟରେ ମୃତ୍ୟୁ ମୁଖରେ ପଡିଛନ୍ତି। ହେଲେ ଏନେଇ କୌଣସି ସୁବିଧା ସୁଯୋଗ ଜୁଟୁନି। ଏନେଇ ବାରମ୍ବାର ସରକାରଙ୍କ ଠାରେ ଦରଖାସ୍ତ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଏନେଇ ସମାଧାନର ବାଟ ବାହାରି କରିବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ପ୍ରକାଶ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories