www.samajalive.in
Sunday, December 14, 2025
17.1 C
Bhubaneswar

ଆନ୍ଧ୍ର ସରକାରଙ୍କ ଜବାବ, ଓଡ଼ିଶାର ଆବେଦନ ବିଚାରଯୋଗ୍ୟ ନୁହେଁ

ନୂଆଦିିଲ୍ଲୀ: ବଂଶଧାରା ଜଳ ବିବାଦ ପ୍ରାଧିକରଣ ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ସ୍ୱତନ୍ତ୍ର ଲିଭ ଆବେଦନ (ଏସଏଲପି) ବିଚାର ଯୋଗ୍ୟ ନୁହେଁ ବୋଲି ଆନ୍ଧ୍ର ପ୍ରଦେଶ ସରକାର ସତ୍ୟପାଠ ଜରିଆରେ ଜଣାଇଛନ୍ତି। ଆନ୍ଧ୍ର ପ୍ରଦେଶ ସରକାର ଦର୍ଶାଇଛନ୍ତି ଯେ ପ୍ରାଧିକରଣରେ ଓଡ଼ିଶା ସରକାର ସାତଟି ପ୍ରସଙ୍ଗରେ ଏବଂ କେନ୍ଦ୍ର ସରକାର ନଅଗୋଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ପ୍ରକଳ୍ପ ନିର୍ମାଣ ଲାଗି ଆବଶ୍ୟକ ୧୦୬ ଏକର ଜମି ଅଧିଗ୍ରହଣ ଏବଂ ସର୍ଭେ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାଧିକରଣରେ ଲୋଡ଼ାଯାଇଥିବା ସ୍ପଷ୍ଟୀକରଣକୁ ଓଡ଼ିଶା ସରକାର ବିରୋଧ କରିଥିଲେ। ସ୍ପଷ୍ଟୀକରଣ ସଂଖ୍ୟା ୫ରେ ନଦୀ ମଧ୍ୟରୁ ପଟୁମାଟି ଖନନ ଲାଗି କୌଣସି ସଂସ୍ଥାକୁ ନିୟୋଜନ କରିବା ତଥା ସ୍ପଷ୍ଟୀକରଣ ସଂଖ୍ୟା ୭ରେ ନେରେଡ଼ି ବ୍ୟାରେଜ ସନ୍ନିକଟ ଅଞ୍ଚଳର ଭୂଭାଗ ଅଧିଗ୍ରହଣ ବିଷୟ ରହିଥିଲା। ଟ୍ରାଇବୁନାଲଙ୍କ ରାୟ ପରିଚ୍ଛେଦ ସଂଖ୍ୟା ଆଠରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ଓଡ଼ିଶା ସରକାର ନିଜ ରାଜ୍ୟରେ ପ୍ରଚଳିତ ଆଇନ ଅନୁଯାୟୀ ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଏକ ବର୍ଷ ମଧ୍ୟରେ ହସ୍ତାନ୍ତର କରିବେ।

ସେହିପରି କାଟ୍ରାଗୁଡ଼ା ଠାରେ ଜମି ଅଧିଗ୍ରହଣ ଲାଗି ତଦାରଖକାରୀ କମିଟି ଅଥବା ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଯୌଥ କମିଟି କେନ୍ଦ୍ରୀୟ ଜଳ ଆୟୋଗର ତତ୍ୱବଧାନତାରେ ଅନୁଧ୍ୟାନ କରିବାକୁ ପ୍ରାଧିକରଣଙ୍କ ନିର୍ଦେଶ ରହିଥିଲା। ଜମି ଅଧିଗ୍ରହଣ ପ୍ରସଙ୍ଗରେ ପ୍ରାଧିକରଣଙ୍କ ରାୟରେ ସ୍ପଷ୍ଟ ରହିଥିଲା ଯେ ନେରେଡ଼ି ବ୍ୟାରେଜ ନିର୍ମାଣ ଲାଗି ଆବଶ୍ୟକ ସୁରକ୍ଷାବନ୍ଧ, ଚଲାପଥ, ଅନୁଧ୍ୟାନପଥ ଆଦି ନିର୍ମାଣଲାଗି ଓଡ଼ିଶା ପାର୍ଶ୍ୱରେ ୧୦୬ ଏକର ଜମି ଆବଶ୍ୟକତା ରହିଛି। ବଂଶଧାରା ନଦୀରେ ୩.୮ କିଲୋମିଟର ସୁରକ୍ଷାବନ୍ଦ ନିର୍ମାଣ କରାଗଲେ ସୁରକ୍ଷାବନ୍ଧ ଠାରୁ ଆଉ ମାତ୍ର ୩ କିଲୋମିଟର ପର୍ଯ୍ୟନ୍ତ ପଛୁଆଜଳ ସମସ୍ୟା ରହିବ। କାବେରୀ ଓ ମହାଦାୟୀ ନଦୀ ଜଳବିବାଦ ପ୍ରାଧିକରଣ ରାୟର ଗେଜେଟ ବିଜ୍ଞପ୍ତି ପ୍ରକାଶନ ଭଳି ବଂଶଧାରା ଜଳବିବାଦ ଟ୍ରାଇବୁନାଲ ରାୟକୁ ଗେଜେଟରେ ବିଜ୍ଞପ୍ତି ଭାବେ ପ୍ରକାଶିତ କରିବା ସପକ୍ଷରେ ଆନ୍ଧ୍ର ପ୍ରଦେଶ ମତ ରଖିଛି।

- Advertisement -

ପ୍ରାଧିକରଣ ରାୟ କାର୍ଯ୍ୟକାରୀ ଲାଗି ତଦାରଖକାରୀ କମିଟି ଗଠନ ହୋଇ ସାରିଥିଲେ ମଧ୍ୟ ଓଡ଼ିଶା ସରକାର ଅସହଯୋଗ ଯୋଗୁଁ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ। ଓଡ଼ିଶା ସରକାରଙ୍କ ପ୍ରତ୍ୟେକ ଆପତ୍ତିକୁ ବିଭିନ୍ନ ରିପୋର୍ଟ ଓ ବିଶେଷଜ୍ଞଙ୍କ ମତ ଆଧାରରେ ପ୍ରାଧିକରଣ ତର୍ଜମା କରି ରାୟ ପ୍ରକାଶ କରିଥିଲେ ବୋଲି ଆନ୍ଧ୍ର ପ୍ରଦେଶ ସରକାର ଦର୍ଶାଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories