www.samajalive.in
Sunday, December 14, 2025
26.1 C
Bhubaneswar

ପୁରୀ ନାମ ପରିବର୍ତ୍ତନର ଆବଶ୍ୟକତା ନାହିଁ: ଶଙ୍କରାଚାର୍ଯ୍ୟ

ପୁରୀ: ପୁରୀ ନାମ ପରିବର୍ତ୍ତନ କରାଯିବାର ଆବଶ୍ୟକତା ନଥିବା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମତ ଦେଇଛନ୍ତି। ପୁରୀ ଜିଲା ନାମ ଶ୍ରୀଜଗନ୍ନାଥ ପୁରୀ ପରିବର୍ତ୍ତନ ପାଇଁ ହେଉଥିବା ଦାବି ଆଦୌ ଯଥାର୍ଥ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ପଚାରିବାରୁ ସେ କହିଲେ ପୁରୀ ସମଗ୍ର ବିଶ୍ବରେ ପରିଚିତ। ଶାସ୍ତ୍ରୀୟ ମତ ଅନୁଯାୟୀ ଅଷ୍ଟପୁରୀ ମଧ୍ୟରୁ ପୁରୀ ଅନ୍ୟତମ। ତେଣୁ ଏହାର ନାମ ପରିବର୍ତ୍ତନ ପଛରେ କୌଣସି ବଳିଷ୍ଠ ଯୁକ୍ତିନଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

ଅନ୍ୟପକ୍ଷରେ ପୁରୀ ନାମ ପରିବର୍ତ୍ତନ ଦାବି ସପକ୍ଷରେ ମତ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ ସହ ଶ୍ରୀଜଗନ୍ନାଥଙ୍କ ନାମ ଯୋଡ଼ାଗଲେ ବହୁତ ଭଲହେବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି। ପୁରୀ ନାମ ପରିବର୍ତ୍ତନ ପାଇଁ ଶ୍ରୀକ୍ଷେତ୍ର ସୂଚନା ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories