ନ୍ୟୁଜିଲାଣ୍ଡ ଦିନିକିଆ ଦଳରୁ ବାଦ୍‍ ପଡ଼ିଲେ ଆଣ୍ଡରସନ୍‍

0

ଦୁବାଇ : ପାକିସ୍ତାନ ବିପକ୍ଷରେ ୟୁଏଇରେ ନ୍ୟୁଜିଲାଣ୍ଡ ଦିନିିକିଆ ସିରିଜ୍‍ ଖେଳିବାକୁ ଯାଉଥିବା ବେଳେ ଆଘାତଜନିତ କାରଣରୁ ନ୍ୟୁଜିଲାଣ୍ଡ ଦଳରୁ ବାଦ୍‍ ପଡ଼ିଛନ୍ତି ଅଲରାଉଣ୍ଡର କୋରି ଆଣ୍ଡରସନ୍‍। ଗୋଇଠିରେ ଆଘାତ ଲାଗିଥିବା କାରଣରୁ ଆଣ୍ଡରସନ୍‍ ପାକିସ୍ତାନ ବିପକ୍ଷ ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ଖେଳିପାରି ନ ଥିଲେ। ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ୱଦେଶ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଲେଗ୍‍ସ୍ପିନର ଟଡ୍‍ ଆଷ୍ଟଲେ ମଧ୍ୟ ଦିନିକିଆ ସିରିଜ୍‍ରେ ଖେଳିବା ନେଇ ସନ୍ଦେହ ଦେଖା ଦେଇଛି। ଆଷ୍ଟଲେଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ପ୍ରଥମ ଦିନିକିଆରେ ଖେଳିବେ ନାହିଁ। ଆଷ୍ଟଲେଙ୍କ ଆଘାତଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ଦଳରେ ବାମହାତୀ ସ୍ପିନର ଅଜାଜ୍‍ ପଟେଲଙ୍କୁ ସାମିଲ କରାଯାଇଛି। ସେହିପରି ଦଳରେ ବ୍ୟାଟସମ୍ୟାନ୍‍ ଜର୍ଜ ୱାକର ଓ ଦ୍ରୁତ ବୋଲର ଲକି ଫର୍ଗୁସନ୍‍ଙ୍କୁ ସାମିଲ କରାଯାଇଛି। ୨୦୧୫ରେ କ୍ୟାରିୟରର ପ୍ରଥମ ଦିନିକିଆ ମ୍ୟାଚ୍‍ ଖେଳିଥିବା ୱାର୍କର ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ତରଫରୁ ୭ଟି ମ୍ୟାଚ୍‍ ଖେଳିଛନ୍ତି। ମାର୍ଟିନ୍‍ ଗପଟିଲଙ୍କ ଅନୁପସ୍ଥିତିରେ ୱାର୍କର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି।
ନ୍ୟୁଜିଲାଣ୍ଡ ଦିନିକିଆ ଦଳ : କେନ୍‍ ୱିଲିୟମସନ୍‍, ଟଡ୍‍ ଆଷ୍ଟଲେ, ଟ୍ରେଣ୍ଟ ବୋଲ୍‍ଟ, କଲିନ୍‍ ଡି’ ଗ୍ରାଣ୍ଡହୋମ୍‍, ଲକି ଫର୍ଗୁସନ୍‍, ମ୍ୟାଟ୍‍ ହେନରୀ, ଟମ୍‍ ଲାଥାମ୍‍, କଲିନ୍‍ ମୁନରୋ, ହେନରୀ ନିକୋଲ୍‍ସ, ଅଜାଜ୍‍ ପଟେଲ୍‍, ଟିମ୍‍ ସାଉଦୀ, ରସ୍‍ ଟେଲର, ବିଜେ ୱାଟଲିଙ୍ଗ ଏବଂ ଜର୍ଜ ୱାର୍କର।

Leave A Reply