ବିରୋଧୀଙ୍କୁ ପଶୁ-ପକ୍ଷୀଙ୍କ ସହ ତୁଳନା କରି ବିବାଦରେ କେନ୍ଦ୍ର ମନ୍ତ୍ରୀ ହେଗଡେ

0

ବେଙ୍ଗାଲୁରୁ : ନିଜ ଟିପ୍ପଣୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ମନ୍ତ୍ରୀ ଅନନ୍ତ ହେଗଡେ ପୁଣି ଥରେ ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଅନନ୍ତ କୁମାର ହେଗଡେ ଗୁରୁବାର ଏକ କାର୍ଯ୍ୟକ୍ରମରେ ବିରୋଧୀଙ୍କୁ କଡ଼ା ସମଲୋଚନା କରିବା ସହ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ ବିରୋଧୀଙ୍କୁ କାଉ, ମାଙ୍କଡ଼ ଏବଂ ଶୃଗାଳ ସହ ତୁଳନା କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ବାଘ ବୋଲି କହିଥିଲେ। ହେଗଡେ କହିଥିଲେ କଂଗ୍ରେସ ଦେଶରେ ୭୦ ବର୍ଷ ଶାସନ କରିଥିବାରୁ ଆମକୁ ଏବେ ପ୍ଲାଷ୍ଟିକ୍‍ ଚୌକିରେ ବସିବାକୁ ପଡୁଛି। ଯଦି ବିଜେପି ୭୦ ବର୍ଷ ଶାସନ କରିଥାନ୍ତା ତେବେ ଲୋକେ ରୁପାର ଚୌକିରେ ବସୁଥାନ୍ତେ। ସେ ବିରୋଧୀଙ୍କୁ ସମାଲୋଚନା କରି କହିଥିଲେ ଯେ ଗୋଟିଏ ପଟେ କାଉ, ମାଙ୍କଡ ଏବଂ ଶୃଗାଳ ସବୁ ଏକାଠି ହୋଇଛନ୍ତି। କିନ୍ତୁ ଆମ ପାଖରେ ବାଘ ଅଛନ୍ତି। ୨୦୧୯ରେ ଲୋକେ ବାଘକୁ ନିର୍ବାଚିତ କରିବେ। ହେଗଡେଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି।

kalyan agarbati
Leave A Reply