କେଶଦୂରାପାଳ: ଦରଡ଼ିପାଳ ସେବା ସମବାୟ ସମିତ ସଭାପତି ପ୍ୟାରୀ ମୋହନ ବାରିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଛି । ଘସିପୁରା ବ୍ଲକ ଅନ୍ତର୍ଗତ ଦରଡ଼ିପାଳ ସେବା ସମବାୟ ସମିତ ନିର୍ବାଚନରେ ସଭାପତି ଭାବେ ପ୍ୟାରୀ ମୋହନ ବାରିକ ଦାୟଯୁକ୍ତ ହୋଇଥିବା ବେଳେ ଗତକାଲି ଆନୁଷ୍ଠାନିକ ଭାବେ ସମବାୟ କାର୍ଯ୍ୟାଳୟରେ ଶ୍ରୀ ବାରିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ ସମବାୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇ ଥିଲା । ଏହି ସମୟରେ ସଂପାଦକ ତ୍ରିଲୋଚନ ସାହୁଙ୍କ ସହିତ ସମସ୍ତ ସମବାୟ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।
Popular Categories



