କଂଗ୍ରେସ ବିଧାୟକଙ୍କୁ କିଣିବାକୁ ବିଜେପି ୪୦୦୦ କୋଟି ରଖିଥିଲା: ଆନନ୍ଦ ଶର୍ମା

0

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନରେ ବିଜେପି ସରକାର ଗଠନ କରିବାରେ ବିଫଳ ହେବାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ବିଜେପି ଘୋଡାବେପାର କରିବାରେ ମାହିର ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା ଅଭିଯୋଗ କରିଛନ୍ତି। ତେଣୁ କର୍ଣ୍ଣାଟକରେ ବିଜେପି ସରକାର ଗଠନ ନ କରିପାରୁବାରୁ ରାଗରେ ଏପରି ହେଉଛି ବୋଲି ସେ କହିଛନ୍ତି। ବିଜେପି, କଂଗ୍ରେସ ବିଧାୟକମାନଙ୍କୁ କିଣିବାପାଇଁ ୪୦୦୦କୋଟି ଟଙ୍କା ରଖିଥିଲା ବୋଲି ଆନନ୍ଦ ଶର୍ମା ସୂଚନା ଦେଇଛନ୍ତି। କର୍ଣ୍ଣାଟକ ନିର୍ବାଚନରେ ବିଜେପି ୬୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କଂଗ୍ରେସ କହିଛି। କଂଗ୍ରେସ ବିଧାୟକମାନଙ୍କୁ ଲୁଚାଇ କରି ରଖିଥିଲା ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅଭିଯୋଗ କରିଥିଲେ। ଏହାର ଜବାବରେ ଆନନ୍ଦ ଶର୍ମା କହିଛନ୍ତି, ବିଜେପିର ଘୋଡା ବେପାରରୁ ବଞ୍ଚିବାକୁ ଆମେ ଆମ ବିଧାୟକ ମାନଙ୍କୁ ଲୁଚାଇକି ରଖିଥିଲୁ। ସୁପ୍ରିମକୋର୍ଟଙ୍କ ଆଦେଶ ଯୋଗୁଁ ବିଜେପି ନିଜ ଇଚ୍ଛା ଅନୁସାରେ ଘୋଡାବେପାର କରିପାରିଲାନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ସଂଖ୍ୟାଗରିଷ୍ଠତା ଦଳକୁ ପ୍ରଥମ ସୁଯୋଗ ଦେବାକଥା ତାହା ଗୋଆ, ମଣିପୁରରେ କାହିଁକି ବ୍ୟବହାର କରାଗଲା ନାହିଁ ଶର୍ମା ପାଲଟା ପ୍ରଶ୍ନ କରିଛନ୍ତି। ଅରୁଣାଞ୍ଚଳ ପ୍ରଦେଶରେ ମଧ୍ୟ ବିଜେପି ସମଗ୍ର ସରକାରକୁ କିଣିବାରେ ସଫଳ ରହିଲା। ଯଦି ଅର୍ଥ ଆକଳନ କରାଯାଏ ତେବେ ବିଜେପି ସବୁଠାରୁ ଅଧିକ ଧନୀ ଦଳ। ବିଜେପି ଏବଂ ଆର.ଏସ.ଏସ ର କାର୍ଯ୍ୟଳୟ ସବୁଠାରୁ ବଡ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ-ଜେଡିଏସ ମେଣ୍ଟ ଅପବିତ୍ର ବୋଲି ଅମିତ ଶାହା କହିଥିଲେ, ଏହାର ଜବାବରେ ଆନନ୍ଦ ଶର୍ମା କହିଥିଲେ ଏହାଆଗରୁ ମଧ୍ୟ କଂଗ୍ରେସ-ଜେଡିଏସ ମେଣ୍ଟ ଆସି ସାରିଛି। ଲୋକଙ୍କୁ ଭ୍ରାନ୍ତ ଧାରଣା ଦେବା ପାଇଁ ବିଜେପି ଏପରି ମତ ଦେଉଥିବା ଆନନ୍ଦ ଶର୍ମା ପ୍ରକାଶ କରିଛନ୍ତି।

Leave A Reply