www.samajalive.in
Friday, December 5, 2025
19.1 C
Bhubaneswar

ଗୁରୁଦିବସରେ କେବଳ ଶିକ୍ଷକଙ୍କ ପାଇଁ ଖୋଲା ରହିବ ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ

ଡେସ୍କ: ଶିକ୍ଷକ ଦିବସରେ ଆସନ୍ତାକାଲି (ସେପ୍ଟେମ୍ବର ୫, ଗୁରୁବାର) ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ କେବଳ ସମସ୍ତ ଶିକ୍ଷକଙ୍କ ପାଇଁ ଖୋଲା ରହିବ। ଶିକ୍ଷକମାନେ ନର୍ଥ ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ୩୫ ନମ୍ବର ଗେଟ୍ ମଧ୍ୟ ଦେଇ ଆସି ପାରିବେ। ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନଂ-୩୫ ପର୍ଯ୍ୟନ୍ତ ମାଗଣା ଶଟଲ ବସ୍ ସେବା ମଧ୍ୟ ଉପଲବ୍ଧ ହେବ।

ଚଳିତ ବର୍ଷ ଅଗଷ୍ଟ ୧୬ରୁ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିଥିବା ବେଳେ ଏହା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଖୋଲା ରହିବ। ସୋମବାର ବ୍ୟତୀତ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଉଦ୍ୟାନ ଖୋଲା ରହୁଛି। ଏଥିପାଇଁ କୌଣସି ଦେୟ ନାହିଁ। ରାଷ୍ଟ୍ରପତି ଭବନ ୱେବସାଇଟ୍ https://visit.rashtrapatibhavan.gov.in/ରେ ପର୍ଯ୍ୟଟକ ମାନେ ଅନଲାଇନରେ ନିଜର ସ୍ଲଟ୍ ବୁକ୍ କରିପାରିବେ। ୱାକ୍-ଇନ୍ ପର୍ଯ୍ୟଟକମାନେ ୩୫ ନମ୍ବର ଗେଟ୍ ବାହାରେ ରଖାଯାଇଥିବା ସେଲ୍ଫ ସର୍ଭିସ୍ କିଓସ୍କ ଜରିଆରେ ପଞ୍ଜୀକରଣ କରିପାରିବେ।

- Advertisement -

ବର୍ତ୍ତମାନ ସୁଦ୍ଧା ୧.୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ଅମୃତ ଉଦ୍ୟାନ ପରିଦର୍ଶନ କରିସାରିଲେଣି। ଏହି ଗସ୍ତ ସମୟରେ ପର୍ଯ୍ୟଟକଙ୍କୁ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ବିହନ ପତ୍ର ପ୍ରଦାନ କରାଯାଉଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories