www.samajalive.in
Monday, December 15, 2025
17.1 C
Bhubaneswar

ଗୁରୁଦିବସରେ କେବଳ ଶିକ୍ଷକଙ୍କ ପାଇଁ ଖୋଲା ରହିବ ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ

ଡେସ୍କ: ଶିକ୍ଷକ ଦିବସରେ ଆସନ୍ତାକାଲି (ସେପ୍ଟେମ୍ବର ୫, ଗୁରୁବାର) ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ କେବଳ ସମସ୍ତ ଶିକ୍ଷକଙ୍କ ପାଇଁ ଖୋଲା ରହିବ। ଶିକ୍ଷକମାନେ ନର୍ଥ ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ୩୫ ନମ୍ବର ଗେଟ୍ ମଧ୍ୟ ଦେଇ ଆସି ପାରିବେ। ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନଂ-୩୫ ପର୍ଯ୍ୟନ୍ତ ମାଗଣା ଶଟଲ ବସ୍ ସେବା ମଧ୍ୟ ଉପଲବ୍ଧ ହେବ।

ଚଳିତ ବର୍ଷ ଅଗଷ୍ଟ ୧୬ରୁ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିଥିବା ବେଳେ ଏହା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଖୋଲା ରହିବ। ସୋମବାର ବ୍ୟତୀତ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଉଦ୍ୟାନ ଖୋଲା ରହୁଛି। ଏଥିପାଇଁ କୌଣସି ଦେୟ ନାହିଁ। ରାଷ୍ଟ୍ରପତି ଭବନ ୱେବସାଇଟ୍ https://visit.rashtrapatibhavan.gov.in/ରେ ପର୍ଯ୍ୟଟକ ମାନେ ଅନଲାଇନରେ ନିଜର ସ୍ଲଟ୍ ବୁକ୍ କରିପାରିବେ। ୱାକ୍-ଇନ୍ ପର୍ଯ୍ୟଟକମାନେ ୩୫ ନମ୍ବର ଗେଟ୍ ବାହାରେ ରଖାଯାଇଥିବା ସେଲ୍ଫ ସର୍ଭିସ୍ କିଓସ୍କ ଜରିଆରେ ପଞ୍ଜୀକରଣ କରିପାରିବେ।

- Advertisement -

ବର୍ତ୍ତମାନ ସୁଦ୍ଧା ୧.୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ଅମୃତ ଉଦ୍ୟାନ ପରିଦର୍ଶନ କରିସାରିଲେଣି। ଏହି ଗସ୍ତ ସମୟରେ ପର୍ଯ୍ୟଟକଙ୍କୁ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ବିହନ ପତ୍ର ପ୍ରଦାନ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories