www.samajalive.in
Monday, December 15, 2025
14.1 C
Bhubaneswar

ଗୁଗଲ ପେ ଆଣିଲା ୟୁପିଆଇ ସର୍କଲ ଫିଚର, ପଇସା ପଠାଇବା ହେବ ସହଜ

ନୂଆଦିଲ୍ଲୀ : ଯଦି ଆପଣ ଅନଲାଇନ୍ ପୈଠ ପାଇଁ ଗୁଗଲ ପେ ଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର ଆସିଛି । ଗୁଗଲ ପେ ନିକଟରେ ଅନେକ ନୂଆ ଫିଚର ନେଇଆସିଛି । ଏହା ଆପଣଙ୍କ ପୈଠ ପ୍ରକ୍ରିୟାକୁ ଅଧିକ ସରଳ କରିବ । ଏହି ନୂଆ ଫିଚର ମଧ୍ୟରୁ ଗୋଟିଏ ହେଉଛି ୟୁପିଆଇ ସର୍କଲ ଫିଚର । ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟ ସହ ୟୁପିଆଇ ଏପର୍ଯ୍ୟନ୍ତ ଲିଙ୍କ୍ କରିନାହାଁନ୍ତି ସେମାନଙ୍କପାଇଁ ୟୁପିଆଇ ସର୍କଲ ଲାଭଦାୟକ ସାବ୍ୟସ୍ତ ହେବ । ୟୁପିଆଇ ସର୍କଲ ସାହାଯ୍ୟରେ ଆପଣ ନିଜ ପରିବାର ଏବଂ ସାଙ୍ଗମାନଙ୍କୁ ନିଜ ଗୁଗଲ ପେ ଆକାଉଣ୍ଟରୁ ପୈଠ କରିପାରିବେ ।

ଏହି ସୁବିଧା ସାହାଯ୍ୟରେ ଆପଣଙ୍କୁ ପେମେଣ୍ଟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମିଳିଥାଏ । ଏଥିରେ ଆପଣ ପ୍ରତି ପୈଠ ପାଇଁ ନିଜେ ମଞ୍ଜୁରି ଦେଇପାରିବେ । ଏହାକୁ ଚାଲୁ କରିବା ପାଇଁ ଆପଣଙ୍କ ପାଖରେ ଗୁଗଲ ପେ ୟୁପିଆଇ ଆକାଉଣ୍ଟ ଥିବା ଉଚିତ୍ । ଆପଣ  ଯେଉଁ ବ୍ୟକ୍ତିଙ୍କୁ ପେମେଣ୍ଟ କରିବା ପାଇଁ ଅନୁମତି ଦେବାକୁ ଚାହୁଁଛନ୍ତି ତାଙ୍କ ପାଖରେ ମଧ୍ୟ ୟୁପିଆଇ ଆଇଡି ଥିବା ଉଚିତ୍ । ଉଭୟ ଫୋନରେ ଗୁଗଲ ପେ ଆପ୍ ଥିବା ଉଚିତ୍ ।

- Advertisement -

ଯେଉଁ ବ୍ୟକ୍ତିଙ୍କୁ ଆପଣ ପୈଠ କରିବାକୁ ଅନୁମତି ଦେଉଛନ୍ତି ତାଙ୍କୁ କ୍ୟୁଆର ସ୍କାନ୍ କରି ପେମେଣ୍ଟର ସୂଚନା  ଭରିବାକୁ ହେବ । ଯଦି ଆପଣ ପ୍ରତି ଥର ଅନୁମତି ବିଶିଷ୍ଟ ବିକଳ୍ପ ଚୟନ କରିବେ ତେବେ ପୈଠ କରିବା ପୂର୍ବରୁ ଆପଣଙ୍କୁ ତାକୁ ଆପ୍ରୁଭ୍ କରିବାକୁ ହେବ । ସମ୍ପୂର୍ଣ୍ଣ ଅନୁମତି ବିଶିଷ୍ଟ ବିକଳ୍ପରେ ପ୍ରତି ମାସରେ ୧୫ ହଜାର ପର୍ଯ୍ୟନ୍ତ ପୈଠ ପାଇଁ ଅନୁମତି ଦରକାର ପଡିବନି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories