www.samajalive.in
Monday, December 15, 2025
15.1 C
Bhubaneswar

ସୀମା ନିର୍ଦ୍ଧାରଣ ପରେ ନିର୍ବାଚନ ଓ ଜାମ୍ମୁ-କାଶ୍ମୀରକୁ ରାଜ୍ୟ ପାହ୍ୟା ମର୍ଯ୍ୟାଦା ପ୍ରଦାନ

ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାପାଇଁ ରୂପରେଖ ବିଷୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ରାଜ୍ୟର ସୀମା ନିର୍ଦ୍ଧାରଣ ପରେ ନିର୍ବାଚନ କରାଯିବ ଏବଂ ତା’ ପରେ ଜାମ୍ମୁ-କାଶ୍ମୀରକୁ ରାଜ୍ୟ ପାହ୍ୟା ମର୍ଯ୍ୟାଦା ପ୍ରଦାନ କରାଯିବ। ସେ କହିଛନ୍ତି, ୨୦୧୯ ମସିହାରେ ୩୭୦ ଧାରା ଉଚ୍ଛେଦ ପରେ ସନ୍ତ୍ରାସବାଦ, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତିର ଅବସାନ ହୋଇଛି ଏବଂ ଲୋକମାନେ ବର୍ତ୍ତମାନ ସିଧାସଳଖ ଭାବେ ସରକାରୀ ଯୋଜନା ଗୁଡ଼ିକର ଲାଭ ଉଠାଇ ପାରୁଛନ୍ତି।

କାଶ୍ମୀର ଉପତ୍ୟାକାର ଯୁବକମାନେ ବିଭାଜନକାରୀ ତତ୍ତ୍ୱମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଶାନ୍ତିର ବାର୍ତ୍ତାବହ ହେବାକୁ ଶ୍ରୀ ଶାହା ଆହ୍ୱାନ ଜଣାଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୁବକମାନଙ୍କର ଦାୟିତ୍ୱ ବୋଲି ଶ୍ରୀ ଶାହା କହିଛନ୍ତି। ଶ୍ରୀନଗର ଯୁବକ କ୍ଲବର ସଦସ୍ୟମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି କହିଛନ୍ତି ଶାନ୍ତି ନଷ୍ଟ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

- Advertisement -

ଶ୍ରୀ ଶାହା ଗତକାଲି ଶ୍ରୀନଗର ଯାଇ ପହଞ୍ଚିଥିଲେ। ଜାମ୍ମୁକାଶ୍ମୀରକୁ ସେ ୩ଦିନ ପାଇଁ ଗସ୍ତରେ ଯାଇଛନ୍ତି। ଏହି ଗସ୍ତକାଳରେ ଶ୍ରୀ ଶାହା ସନ୍ତ୍ରାସବାଦୀମାନେ ହତ୍ୟା କରିଥିବା ଜାମ୍ମୁ-କାଶ୍ମୀର ପୁଲିସ ଇନ୍ସପେକ୍ଟର ସହିତ ପରଭେଜଙ୍କ ଘରକୁ ଦେଖିବା ସଙ୍ଗେ ସଙ୍ଗେ ତାଙ୍କର ପତ୍ନୀ ଫତିମା ଅଖତାରଙ୍କୁ ସାକ୍ଷାତ୍‍ କରିଛନ୍ତି। ଶ୍ରୀ ଶାହା ଫତିମା ଅଖତାରଙ୍କୁ ଏକ ସରକାରୀ ଚାକିରୀ ପ୍ରଦାନ କରିଛନ୍ତି। ଏହାପରେ ଶ୍ରୀନଗର ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ନିରାପତ୍ତା ସ୍ଥିତି ସମୀକ୍ଷା କରିଥିଲେ।


ଶ୍ରୀ ଶାହା ଶ୍ରୀନଗର ସାର୍‍ଜା ବିମାନ ଚଳାଚଳକୁ ଉଦ୍‍ଘାଟନ କରିଛନ୍ତି। ୧୧ବର୍ଷ ପରେ କାଶ୍ମୀର ଉପତ୍ୟକାରୁ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଏହି ବିମାନ ଚଳାଚଳ କରିବ। ସଂଧ୍ୟା ସାଢ଼େ ୬ଟାରେ ସେହି ବିମାନ ଗତକାଲି ଯାତ୍ରା ଆରମ୍ଭ କରିଥିଲା ଏବଂ ଗତକାଲି ରାତି ୯ଟାରେ ସାରଜାରେ ଅବତରଣ କରିଥିଲେ। ଆଜି ଶ୍ରୀ ଶାହା ଦୁଇ ପର୍ଯ୍ୟାୟ ଗବେଷଣା କେନ୍ଦ୍ର ଉଦ୍‍ଘାଟନ କରିବା ସଙ୍ଗେ ସଙ୍ଗେ ଜାମ୍ମୁଠାରେ ଆଇଆଇଟି କେନ୍ଦ୍ରର ତୃତୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories