www.samajalive.in
Sunday, December 14, 2025
26.1 C
Bhubaneswar

ଗରୀବର ସାଥୀ ଅନୁଷ୍ଠାନର ୨ୟ ବାର୍ଷିକ ଉତ୍ସବ ପାଳିତ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ଗରୀବର ସାଥୀ ଅନୁଷ୍ଠାନର ୨ୟ ବାର୍ଷିକ ଉତ୍ସବ ବକୁଳବନରେ ରବିବାର ପାଳିତ ହୋଇଯାଇଛି। ଏହି ଉତ୍ସବରେ ଡଃ ସିଦ୍ଧାର୍ଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଡଃ ସୁନିଲ ତରାଇ, ପୁରୀ ସାହି ଭାଇ ଅନୁଷ୍ଠାନର ଜଗବନ୍ଧୁ ମହାରଣା, ଏସଆଇ ବିଧାନ ଚନ୍ଦ୍ର ସାହୁ, ଡଃ ପ୍ରିତମ ବାଗ, ବିଧାୟକଙ୍କ ପ୍ରତିନିଧି ସୁନିଲ ପଣ୍ଡା, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ବିଜୟ କୁମାର ମହାପାତ୍ର, ସଙ୍ଗୀତଜ୍ଞ ଜୟଶ୍ରୀ ଧଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଥମେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ ଦୀପ ମାଲ୍ୟାର୍ପଣ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଗରୀବର ସାଥୀ ଅନୁଷ୍ଠାନ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୁସ୍ଥ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖଦୁଃଖରେ ସହାୟତାର ହାତ ବଢେଇ ଚାଲିଛନ୍ତି। ଏହିପରି ନିଷ୍ଠାପର ଭାବେ କାର୍ଯ୍ୟ ଆଗକୁ ଆଗକୁ କରି ଚାଲିବାକୁ ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ବିଭିନ୍ନ ଅଞ୍ଚଳର ଶତାଧିକ ସମାଜସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ସଙ୍ଗଠନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଉତରୀୟ ମାନପତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ବିଶ୍ୱଜିତ୍ ପରିଡା ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ସନ୍ଦୀପ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅଭିନୟନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories