www.samajalive.in
Saturday, December 13, 2025
14.1 C
Bhubaneswar

ମୁସଲମାନ ମହିଳା ତିନି ତଲାକ ଭଳି କଠୋର ପ୍ରଥାର ଅଭିଶାପରୁ ମୁକ୍ତି ପାଇଛନ୍ତି: ଅମିତ ଶାହ

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ମୁସଲିମ ମହିଳା(ବିବାହ ଅଧିକାର ସୁରକ୍ଷା) ବିଲ-୨୦୧୯ ଗୃହୀତ ହୋଇଛି। ଏହାକୁ ଏକ ଐତିହାସିକ ମୂହୁର୍ତ୍ତ ଦର୍ଶାଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମତି ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତିନି ତଲାକକୁ ନିଷେଧ କରିବା ଲାଗି ଆଇନ ଆଣି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିବଦ୍ଧତାକୁ ପୂରଣ କରିଥିବା ଶାହ କହିଛନ୍ତି। ଶାହ କହିଛନ୍ତି ଯେ, ଏହି ବିଲ୍‌ ଗୃହୀତ ହେବା ଅବସରରେ ତିନି ତଲାକର ଅଭିଶାପରୁ ମୁକ୍ତି ପାଇଥିବା ସାରା ଦେଶର ମୁସଲମାନ ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି ଆଇନ ସେମାନଙ୍କୁ ଏକ କଠୋର ପ୍ରଥାର ଅଭିଶାପରୁ ମୁକ୍ତି ଦେବ। ମୋଦୀ ସରକାର ମହିଳାମାନଙ୍କ ଅଧିକାର, ସୁରକ୍ଷା ଏବଂ ସେମାନଙ୍କ ଶକ୍ତୀକରଣ ସୁନିଶ୍ଚିତ କରିବା ପ୍ରତି ସମର୍ପିତ। ମୁସଲମାନ ମହିଳାମାନଙ୍କ ସମ୍ମାନ ରକ୍ଷା କରିବା ଏବଂ ଏହାକୁ ବଜାୟ ରଖିବା ଦିଗରେ ଏହି ବିଲ ଏକ ଐତିହାସିକ ପଦକ୍ଷେପ। ମୁସଲମାନ ମହିଳାମାନଙ୍କ ଜୀବନରେ ଏହା ଆଶା ଏବଂ ସମ୍ମାନର ଏକ ନୂତନ ଯୁଗର ଆରମ୍ଭ କରିବ। ଏବେଠାରୁ ମୁସଲମାନ ମହିଳାମାନଙ୍କ ପାଇଁ ଅସୀମିତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ। ସେମାନେ ଏବେ “ନୂତନ ଭାରତ” ଗଠନ ଦିଗରେ ଏକ ପ୍ରଭାବୀ ଭୂମିକା ନିର୍ବାହ କରିପାରିବେ। ଆଜି ଭାରତୀୟ ଗଣତନ୍ତ୍ର ପାଇଁ ଏକ ମହାନ ଦିବସ। ଏହି ଐତିହାସିକ ବିଲ୍‌କୁ ସମର୍ଥନ କରିଥିବା ସବୁ ଦଳକୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ଶାହ ସଂସଦର ସମସ୍ତ ସଦସ୍ୟଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ରାଜ୍ୟସଭାରେ ମଙ୍ଗଳବାର ଐତିହାସିକ ତିନି ତଲାକ୍ ବିଲ୍ ଗୃହୀତ ହେବା ଅବସରରେ ସମସ୍ତ ମୁସଲମାନ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳାଙ୍କ ସମ୍ମାନ ଓ ସଶକ୍ତୀକରଣ ପ୍ରତି ସମର୍ପିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ମୁସଲମାନ ମହିଳାଙ୍କ ସମ୍ମାନ ରକ୍ଷାରେ ଏକ ଅଭୂତପୂର୍ବ ନିୟମ ବ୍ୟବସ୍ଥା କରିଛନ୍ତି ବୋଲି ଧର୍ମେନ୍ଦ୍ର ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି।

- Advertisement -

 

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories