www.samajalive.in
Monday, December 15, 2025
27.1 C
Bhubaneswar

ତିନି ତଲାକ ବିଲ୍‌ ସମାଜରେ ଅଧିକ ସମାନତା ଆଣିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ମୁସଲିମ ମହିଳା(ବିବାହ ଅଧିକାର ସୁରକ୍ଷା) ବିଲ – ୨୦୧୯ ଅର୍ଥାତ ତିନି ତଲାକ୍‌ ବିଲ୍‌ ଗୃହୀତ ହୋଇଛି। ପୂର୍ବରୁ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଥିଲା। ମଙ୍ଗଳବାର ଏହା ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଲ୍‌କୁ ସମର୍ଥନ କରିଥିବା ସମସ୍ତ ରାଜନୈତିକ ଦଳ ଓ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ଏହି ମୂହୁର୍ତ୍ତର ଆହ୍ୱାନକୁ ସ୍ୱୀକାର କରିଛନ୍ତି ଓ ସେମାନଙ୍କ ଏହି ପଦକ୍ଷେପ ଭାରତର ଇତିହାସରେ ସବୁଦିନ ପାଇଁ ମନେ ରହିବ। ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏକ ସ୍ୱେଚ୍ଛାଚାରୀ ଓ ମଧ୍ୟଯୁଗୀୟ ପ୍ରଥା ଶେଷରେ ଇତିହାସର ଆବର୍ଜନା କୁଣ୍ଡରେ ପଡିଛି। ସଂସଦ ତିନି ତଲାକକୁ ଉଚ୍ଛେଦ କରି ମୁସଲିମ ମହିଳାଙ୍କ ପ୍ରତି ହୋଇଥିବା ଐତିହାସିକ ଭୁଲର ସଂଶୋଧନ କରିପାରିଛି। ଏହା ଲିଙ୍ଗଗତ ନ୍ୟାୟର ବିଜୟ। ଏହା ସମାଜରେ ଅଧିକ ସମାନତା ଆଣିବ। ଭାରତ ଆଜି ଆନନ୍ଦିତ”। ସେ ଆହୁରି ଟ୍ୱିଟ କରିଛନ୍ତି ଯେ, “ତିନି ତଲାକର ପ୍ରଚଳନ କାରଣରୁ ହୋଇଥିବା ମହାନ ଭୁଲ ଦ୍ୱାରା ପୀଡିତ ମୁସଲିମ ମହିଳାଙ୍କ ଅଦମ୍ୟ ସାହସକୁ ଅଭିବାଦନ ଜଣାଇବାର ଏହା ହେଉଛି ଏକ ମୂହୁର୍ତ୍ତ। ତିନି ତଲାକର ଉଚ୍ଛେଦ ମହିଳା ସଶକ୍ତୀକରଣରେ ସହାୟକ ହେବ ଓ ସେମାନଙ୍କୁ ଆମ ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବ”।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories