www.samajalive.in
Monday, December 15, 2025
15.1 C
Bhubaneswar

ଆତଙ୍କବାଦ ହେଉଛି ସର୍ବବୃହତ୍‍ ମାନବାଧିକାର ଲଙ୍ଘନ – ଅମିତ୍‍ ଶାହା

ଡେସ୍କ: ଆତଙ୍କବାଦ ସର୍ବବୃହତ୍‍ ମାନବାଧିକାର ଲଙ୍ଘନ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା କହିଛନ୍ତି। ମାନବଜାତିର ସୁରକ୍ଷା ପାଇଁ ଏହାର ମୂଳୋତ୍ପାଟନ ନିହାତି ଜରୁରୀ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀରେ ତ୍ରୟୋଦଶ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦିବସରେ ଶ୍ରୀ ଶାହା ଆତଙ୍କବାଦର ଲୋପ ପାଇଁ ପୂର୍ଣ୍ଣପ୍ରାଣରେ କାର୍ଯ୍ୟ କରିବାକୁ କହିଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ସରକାର ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ସଙ୍କଳ୍ପବଦ୍ଧ ଓ ଏ ଦିଗରେ ସରକାର ଅହରହ କାର୍ଯ୍ୟ କରୁଛନ୍ତି।

ଦେଶରୁ ଆତଙ୍କବାଦ ଲୋପ କରିବା ପାଇଁ କେନ୍ଦ୍ର ସରକାର ଆଇନ ଓ ଅନୁଷ୍ଠାନଗୁଡ଼ିକୁ ଦୃଢ଼ କରୁଛନ୍ତି। ସେ କହିଛନ୍ତି, ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମଜବୁତ୍‍ କରିବା ଓ ଆନ୍ତର୍ଜାତିକ ସ୍ତରରେ ଏହାକୁ ସ୍ୱୀକୃତି ପ୍ରଦାନ ପାଇଁ ସରକାର ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାରଗୁଡ଼ିକର ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ ରକ୍ଷା କରିବାକୁ ସେ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories