www.samajalive.in
Monday, December 15, 2025
27.1 C
Bhubaneswar

ଅମିର କହୁଛନ୍ତି ‘ଅଲ୍ ଇଜ୍‌ ୱେଲ୍’

ଅମିର ଖାନ୍ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ନଭେମ୍ବର ୭ରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ନିର୍ଦେଶିତ ଓ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବିଗ୍ ବି ଅମିତାଭ ବଚ୍ଚନ, ଅମିର ଖାନ୍, କ୍ୟାଟ୍ରିନା କେଫ୍, ଫାତିମା ସନା ଶେଖ୍ ମୁଖ୍ୟ ଭୂମିକାରେ ଦେଖାଦେବେ। ନିକଟରେ ଏକ ସାକ୍ଷାତକାର୍‌ରେ ଅମିର କହିଛନ୍ତି, ଚଳଚ୍ଚିତ୍ର ମୁକ୍ତିଲାଭର ଦିନ ଯେତେ ପାଖେଇ ଆସୁଛି, ତାଙ୍କୁ ସେତେ ଅଧିକ ଭୟ ଲାଗୁଛି। ସେପ୍ଟେମ୍ବର ୨୭ରେ ଟ୍ରେଲର ମୁକ୍ତିଲାଭ ହେବାର ଯୋଜନା ରହିଛି, କିନ୍ତୁ ଏହା ପୂର୍ବରୁ ପ୍ରତ୍ୟେକ କଳାକାରଙ୍କ ମୋସନ୍ ପୋଷ୍ଟର୍‌ ମୁକ୍ତିଲାଭ କରିବ। ଏହା ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ ନିଷ୍ପତ୍ତି ବୋଲି ସ୍ପଷ୍ଟ ହୋଇଛି। ଅମିର କହିଛନ୍ତି, ଏହା ଏକ ବିଗ୍ ବଜେଟ୍‌ର ଚଳଚ୍ଚିତ୍ର, ତା’ ସହ ବିଗ୍ ବିଙ୍କ ପରି କଳାକାର ଏଥିରେ କାମ କରୁଛନ୍ତି। ଏଣୁ ଭୟ ଲାଗିବା ସ୍ବାଭାବିକ। ‘ଥ୍ରୀ ଇଡିୟଟସ୍’ ସୁଟିଂ ସମୟରେ ସେ ଗୋଟିଏ କଥା ଶିଖିଥିଲେ, ଡର ଲାଗିଲେ ସେ ମଧ୍ୟ କହନ୍ତି ‘ଅଲ୍ ଇଜ୍ ୱେଲ୍’। ଏପରି କଲେ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ। ଅମିର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରଯୋଜକ ଆଦିତ୍ୟଙ୍କ କଡ଼ା ନିର୍ଦେଶ ଚଳଚ୍ଚିତ୍ର ସମ୍ପର୍କିତ କୌଣସି ତଥ୍ୟ ଯେପରି ପ୍ରଚାର ନହୁଏ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ୧୮୩୯ରେ ଔପନ୍ୟାସିକ ଫିଲିପ୍ ମଡାସ୍ ଟେଲରଙ୍କ ଲିଖିତ ଉପନ୍ୟାସ ‘କନେକ୍ସନ୍ ଅଫ୍ ଏ ଠଗ୍’ର ବିଷୟବସ୍ତୁ ହିଁ ଏଇ ଚଳଚ୍ଚିତ୍ରର କାହାଣୀ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories