ଆମେରିକାରେ ୱାଫଲେ ହାଉସରେ ଗୁଳିକାଣ୍ଡ; ୪ ମୃତ

0

ୱାଶିଂଟନ : ଆମେରିକାର ଏକ ୱାଫଲେ ହାଉସରେ ରବିବାର ସକାଳେ ଗୁଳିକାଣ୍ଡ ଘଟି ୪ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି। ପୁଲିସ କହିବା ଅନୁଯାୟୀ ଏକ ରେସ୍ତୋରାଁ ଭିତରେ ଥିବା ୱାଫେଲ ହାଉସରେ ଭୋର ୩ଟା ୨୫ ମିନିଟ୍‌ରେ ଗୁଳିକାଣ୍ଡ ଘଟିଥିଲା। ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ୱାଫେଲ ହାଉସକୁ ଯାଇ ଆଖିବୁଜା ଗୁଳି ମାଡ଼ କରିଥିଲା । ଗୁଳିମାଡ଼ କରିଥିବା ଯୁବକଙ୍କ ନାମ ଟ୍ରାଭିସ୍‌ ରେନକିଙ୍ଗ ଓ ସେ ୨୯ ବର୍ଷ ବୟସ୍କ ବୋଲି ଚିହ୍ନଟ କରାଯାଇଛି । ହତ୍ୟାକାରୀ ଯୁବକକୁ ଧରିବା ପାଇଁ ହେଲିକପ୍ଟର ଓ ସନ୍ଧାନୀ କୁକର ସହାୟତାରେ ତଲାସୀ ଜାରି ରହିଛି ଓ ତାର ସ୍କେଚ୍‌ ଜାରି କରାଯାଇଛି । ଗୁଳିକାଣ୍ଡରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply