www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକା ରାଜ ରାସ୍ତାରେ ଟ୍ରମ୍ପ ସମର୍ଥକଙ୍କ ବିକ୍ଷୋଭ : ପୁନଃ ମତଗଣନା ପାଇଁ ଦାବି

ୱାଶିଂଟନ : ଆମେରିକା ରାଜ ରାସ୍ତାରେ ହଜାର ହଜାର ଟ୍ରମ୍ପ ସମର୍ଥକ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରିବା ସହ ପୁନଃ ମତଗଣନା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟ୍ରମ୍ପଙ୍କ ସମର୍ଥକମାନେ ଅଭିଯୋଗ କରି କହିଛନ୍ତି ଯେ ପେନସିଲଭାନିଆ, ନେଭାଡା ଭଳି ସ୍ଥାନରେ ଭୋଟ ଗଣତିରେ ଅନିୟମିତତା ହୋଇଛି। ଶନିବାର ଦିନ ୱାଶିଂଟନରେ ହଜାର ହଜାର ଟ୍ରମ୍ପ ସମର୍ଥକ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ବହୁ ପରିମାଣରେ ଅନିୟମିତତା ହୋଇଛି ଏବଂ ଜନସାଧାରଣଙ୍କ ମତାମତକୁ ହଡପ କରି ନିଆଯାଇଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ତାଙ୍କର ହଜାର ହଜାର ସମର୍ଥକ ରାଜଧାନୀ ୱାଶିଂଟନ୍ ଡିସି ରାସ୍ତାକୁ ଓହ୍ଲାଇ ସ୍ଲୋଗାନ ଦେଉଛନ୍ତି। ଏହି ସମର୍ଥକଙ୍କ ସହ ପୁଲିସର ମଧ୍ୟ ସଂଘର୍ଷ ଘଟିଛି।

- Advertisement -

ସୂଚନାଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ହେବା ଏକ ସପ୍ତାହରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଟ୍ରମ୍ପ ଏହି ଫଳାଫଳକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରୁଛନ୍ତି।

ଟ୍ରମ୍ପଙ୍କ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ୱାଶିଂଟନରେ ଅନେକ ସ୍ଥାନରେ ସଂଘର୍ଷ ଘଟିଛି। ବ୍ଲାକ୍ ଲାଇଭସ୍ ମ୍ୟାଟର୍ ଏବଂ ଆଣ୍ଟିଫା ପରି ସଂଗଠନ ସହିତ ଜଡିତ ଲୋକମାନେ ମଧ୍ୟ ହ୍ୱାଇଟ ହାଉସଠାରୁ କିଛି ଦୂରରେ ଏକାଠି ହୋଇଥିଲେ। ଟ୍ରମ୍ପଙ୍କ ସମର୍ଥକମାନେ ମଧ୍ୟ ସେମାନଙ୍କୁ ମାଡ଼ ମାରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମଧ୍ୟ ସେଠାରେ ଲଙ୍କାଗୁଣ୍ଡ  ସ୍ପ୍ରେ କରିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ୱାଶିଂଟନ୍ ଡିସିରେ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥା ଅଧିକ କଡା କଡ଼ି କରାଯାଇଛି। ଟ୍ରମ୍ପଙ୍କ ବିଶ୍ୱସ୍ତ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପରବର୍ତ୍ତୀ କାର୍ୟ୍ୟକାଳ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories