www.samajalive.in
Monday, December 15, 2025
15.1 C
Bhubaneswar

ରୁଷର ଦାୟିତ୍ୱହୀନ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଆମେରିକାର ନିନ୍ଦା

ଏକ ବିପଜ୍ଜନକ କ୍ଷେପଣାସ୍ତ୍ରର ଦାୟିତ୍ୱହୀନ ଭାବେ ପରୀକ୍ଷଣ କରିଥିବାରୁ ଆମେରିକା ରୁଷକୁ ନିନ୍ଦା କରିଛି। ଏ ନେଇ ଆମେରିକା କହିଛି ଯେ ଏହି ପରୀକ୍ଷଣ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ବୈଜ୍ଞାନିକମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ରୁଷ୍‍ ଦ୍ୱାରା ସେହି କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁଁ ରୁଷର ଏକ ଉପଗ୍ରହ ବିସ୍ଫୋରିତ ହୋଇଛି ଏବଂ ଏହାର ଭଗ୍ନାଂବଶେଷରୁ ରକ୍ଷା ପାଇବା ପାଇଁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ କ୍ୟାପ୍‍ସୁଲ୍‍ ମଧ୍ୟରେ ଆଶ୍ରୟ ନେବାକୁ ପଡ଼ିଥିଲା।

ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ବର୍ତ୍ତମାନ ୭ ଜଣ ବୈଜ୍ଞାନିକ ଅଛନ୍ତି ଓ ସେମାନଙ୍କ ମଧ୍ୟରେ ୪ ଜଣ ଆମେରିକୀୟ, ଜଣେ ଜର୍ମାନୀ ଓ ରୁଷର ୨ଜଣ ବୈଜ୍ଞାନିକ ଅଛନ୍ତି। ସେହି ମହାକାଶ କେନ୍ଦ୍ର ପୃଥିବୀଠାରୁ ୪୨୦ କିଲୋମିଟର ଦୂରରେ ପରିକ୍ରମା କରୁଛି। ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ନେଦ୍‍ ପ୍ରାଇସ୍‍ କହିଛନ୍ତି ସେହି ପରୀକ୍ଷଣ ଜନିତ ବିସ୍ଫୋରଣ ୧୫ଶହରୁ ଅଧିକ ଭଗ୍ନାବଶେଷ ଛାଡ଼ିଛି। ଏହାଛଡ଼ା ହଜାର ହଜାର ଛୋଟ ଭଗ୍ନାବଶେଷ ମଧ୍ୟ ମହାକାଶରେ ରହିଥିବାରୁ ଏହା ଅନ୍ୟ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories