www.samajalive.in
Sunday, December 14, 2025
26.1 C
Bhubaneswar

ଶାନ୍ତିପୂର୍ଣ୍ଣ ବିଶ୍ୱ ବାତାବରଣ ପାଇଁ ଚୀନ୍‍-ଆମେରିକା ବନ୍ଧୁତ୍ୱ ଗୁରୁତ୍ୱପୂର୍ଣ୍ଣ – ସି ଜିନ୍‍ପିଙ୍ଗ୍‍

ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ୍‍ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଆଜି ଭର୍ଚୁଆଲ ମାଧ୍ୟମରେ ଏକ ବୈଠକରେ ଯୋଗ ଦେଇଛନ୍ତି। ଶ୍ରୀ ବାଇଡେନ୍‍ ଆମେରିକାର ରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ହେଉଛି ସେମାନଙ୍କ ମଧ୍ୟରେ ପ୍ରଥମ ମୁହାଁମୁହିଁ ଆଭାସୀ ବୈଠକ। ଵିହକ ପରେ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ, କହିଛନ୍ତି ଆମେରିକା ଓ ଚୀନ ପରସ୍ପରର ସମ୍ମାନ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ପରସ୍ପରକୁ ସହଯୋଗ କରିବା ଉଚିତ। ଏକ ସ୍ଥିର ତଥା ଶାନ୍ତିପୂର୍ଣ୍ଣ ବିଶ୍ୱ ବାତାବରଣ ପାଇଁ ଚୀନ୍‍-ଆମେରିକା ବନ୍ଧୁତ୍ୱ ସଂପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଚୀନ୍‍ ରାଷ୍ଟ୍ରପତି କହିଛନ୍ତି।

ସେ କହିଛନ୍ତି କରୋନା ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ମୁକାବିଲା ପାଇଁ ମଧ୍ୟ ଚୀନ୍‍-ଆମେରିକା ସଂପର୍କ ଯଥେଷ୍ଟ ଗୁରୁତ୍ୱ ବହନ କରେ। ସି ଜିନ୍‍ପିଙ୍ଗ୍‍ ଆମେରିକା ରାଷ୍ଟ୍ରପତିଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ଜଣାପଡିଛି। ଏହା ଚୀନ୍‍-ଆମେରିକା ସଂପର୍କକୁ ଆଗକୁ ନେଇ ପାରିବ ବୋଲି ସେ କହିଛନ୍ତି। ବିଶ୍ୱର ଦୁଇ ବୃହତ ଅର୍ଥନୀତି ଓ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଚୀନ୍‍ ଓ ଆମେରିକା ପରସ୍ପର ମଧ୍ୟରେ ସହଯୋଗ ଓ ଯୋଗାଯୋଗ ବୃଦ୍ଧି କରିବା ପ୍ରତି ଜିନ୍‍ପିଙ୍ଗ୍‍ ଗୁରୁତ୍ୱାରୋପ କରି କହିଛନ୍ତି, ଏହା ବିଶ୍ୱର ଶାନ୍ତି ଓ ବିକାଶକୁ ତ୍ୱରାନ୍ୱିତ କରିବ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories