www.samajalive.in
Sunday, December 14, 2025
23.1 C
Bhubaneswar

ଅନ୍‍ଲାଇନ ଶିଶୁ ଯୌନ ନିର୍ଯାତନା ଅଭିଯୋଗରେ ଦେଶର ୭୬ଟି ସ୍ଥାନରେ ଚଢ଼ାଉ, ଢେଙ୍କାନାଳରେ ସିବିଆଇ ଅଧିକାରୀଙ୍କୁ ମାଡ଼

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଚଢ଼ାଉ କରିଛି। ଅନ୍‍ଲାଇନରେ ଶିଶୁ ଯୌନ ନିର୍ଯାତନା ଅଭିଯୋଗରେ ସିବିଆଇ ଗତ ୧୪ ତାରିଖରେ ୮୩ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ମାମଲା ରୁଜୁ କରିଥିଲା। ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାତ, ହରିଆନା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ରହିଛି। ୨ ବର୍ଷ ପୂର୍ବେ ସିବିଆଇ ଏକ ଅନ୍‍ଲାଇନ୍‍ ଶିଶୁ ଯୌନ ନିର୍ଯାତନା ନିବାରଣ ଓ ତଦନ୍ତ ଶାଖା ସ୍ଥାପନ କରିଥିଲା।

ଓଡ଼ିଶାର ଯାଜପୁର, ଭଦ୍ରକ ଏବଂ ଢେଙ୍କାନାଳରେ ସିବିଆଇ ଅଧିକାରୀମାନେ ଏହି ଚଢ଼ାଉ କରିବା ସହ ପଚରାଉଚୁରା ଆରମ୍ଭ କରିଥିଲେ। ତେବେ ୮ ଜଣ ସିବିଆଇ ଅଧିକାରୀଙ୍କୁ ଢେଙ୍କାନାଳରେ ସ୍ଥାନୀୟ ଅଂଚଳର ଲୋକମାନେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସିବିଆଇର ଏକ ଦଳ ଆଜି ସକାଳ ୭ଟା ବେଳେ ଢେଙ୍କାନାଳର ସୁରେନ୍ଦ୍ର ନାୟକ ନାମକ ଜଣେ ଅଭିଯୁକ୍ତ ଘରେ ଚଢ଼ାଉ କରିବା ପରେ ତାଙ୍କ ଜେରା କରିଥିଲେ କିନ୍ତୁ ଅତ୍ୟଧିକ ସମୟ ଧରି ଜେରା କରିବରି ସ୍ଥାନୀୟ ଅଂଚଳର ଲୋକମାନେ ଉତ୍ୟକ୍ତ ହୋଇ ପଡ଼ିଥିଲେ। ସମ୍ପୃକ୍ତ ଅଂଚଳର ବହୁ ପୁରୁଷ ଓ ମହିଳା ସିବିଆଇ ଅଧିକାରୀମାନଙ୍କୁ ଘେରିଯାଇ ଯୁକ୍ତିତର୍କ କରିବା ସହ ସେମାନଙ୍କୁ ଘରୁ ବାହାରକୁ ଘୋଷାଡ଼ି ଆଣିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

- Advertisement -

ପରେ ଢେଙ୍କାନାଳ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ସିବିଆଇର ୮ ଅଧିକାରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରେନ୍ଦ୍ରକୁ ମଧ୍ୟ ଥାନାକୁ ଆଣିଛି। ସେହିପରି ଯାଜପୁର ମାସୁଦପୁରର ଅନିଲ ମାଝି ଓ ଭଦ୍ରକ ଆଗରପଡାର ମନୋରଞ୍ଜନ ଦାସଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories