www.samajalive.in
Monday, December 15, 2025
26.1 C
Bhubaneswar

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ନିଷ୍ପତି ସ୍ଥଗିତ

ଭୁବନେଶ୍ଵର : ସ୍ଥଗିତ ରହିଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି।  ଆସନ୍ତା ନଭେମ୍ବର୧ ତାରିଖ ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି , ଯାହାକୁ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଅଲ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ସଭାପତି , ସମ୍ପାଦକ ଓ ସଦସ୍ୟମାନେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ତେବେ ମହାପରେ ନଭେମ୍ବର ୧ରେ ଆନ୍ଦୋଳନ ନିଷ୍ପତି ସ୍ଥଗିତ ହୋଇଥିବା ମହାସଂଘ ସଭାପତି ସୂଚନା ଦେଇଛନ୍ତି। ଆସନ୍ତା ୫ ତାରିଖ ଭିତରେ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିଛି । ଏହି ବୈଠକରେ ଫୋନ୍ ଯୋଗେ ସ୍ଵାସ୍ଥ୍ୟମନ୍ତ୍ରୀ ଓ ଠିକା ସଂସ୍ଥା ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ନୂଆ ଟିକା ସଂସ୍ଥା  ଉଦ୍ଦେଶ୍ୟମୂଳକ ଭାବେ ୨୦୦ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ମହାସଂଘ ଅଭିଯୋଗ କରିଥିଲା। ଏହା ବିରୁଦ୍ଧରେ ୬ ହଜାର ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିବେ ବୋଲି ଚେତାବନୀ ଦିଆଯାଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories