ପୁଣି ସଲମାନ୍ଙ୍କୁ ହତ୍ୟା ଧମକ; ୨ କୋଟି ଟଙ୍କା ନଦେଲେ ମାରି ଦେବୁ କହିଲେ..
ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କୁ ମଙ୍ଗଳବାର ପୁଣି ଥରେ ମିଳିଛି ହତ୍ୟା ଧମକ । ମଙ୍ଗଳବାର ସକାଳେ ମୁମ୍ବାଇ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍କୁ ହ୍ୱାଟ୍ସଆପ୍ ଜରିଆରେ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ମିଳିଛି । ବାର୍ତ୍ତା ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛନ୍ତି । ଧମକ ଦିଆଯାଇ ଏଥିରେ ଲେଖାଯାଇଛି, ଟଙ୍କା ନଦେଲେ ସଲମାନ୍ ଖାନ୍ଙ୍କୁ ଜୀବନରୁ ମାରିଦେବୁ । ଏହି ମାମଲାରେ ପୁଲିସ ଅଜଣା ବ୍ୟକ୍ତି ବିରୁଦ୍ଧରେ ବିଏନଏସର ଧାରା ୩୫୪(୨) ଓ ୩୦୮(୪) ସହ ମାମଲା ରୁଜୁ କରାଯାଇଛି । ଚଳିତ ମାସର ଆରମ୍ଭରେ ସଲମାନ୍ ଖାନ୍ଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା । ମୁମ୍ବାଇ ଟ୍ରାଫିକ୍ ପୁଲିସ ହ୍ୱାଟ୍ସଆପ୍ ନମ୍ବରକୁ ଧମକ ପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଏଥିରେ ସଲମାନ୍ ଖାନ୍ଙ୍କୁ ୫ କୋଟି ଟଙ୍କା ଦାବି କରାଯାଇଥିଲା । ସଲମାନ୍ ଖାନ୍ଙ୍କୁ ଲଗାତାର କିଛି ମାସ ହେବ ବାରମ୍ବାର ହତ୍ୟା ଧମକ ମିଳୁଛି ।
ଦୀପାବଳି ପରେ ସିଧାଚଳନ କରିବେ ଶନି; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଚମକିବ ଭାଗ୍ୟ..
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କର ହତ୍ୟା ପରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ । ୧୨ ଅକ୍ଟୋବରରେ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ନେଇ ଜଣାପଡିଥିଲା । ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ମେସେଜରେ ସଲମାନ୍ ଖାନ୍ଙ୍କ ବିଷୟରେ ମଧ୍ୟ କୁହାଯାଇଥିଲା । ସଲମାନ୍ ଓ ବାବା ସିଦ୍ଦିକିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ୍ଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ୧୮ ଅକ୍ଟୋବରରେ ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ଅଜଣା ନମ୍ବରରୁ ମେସେଜ୍ ମିଳିଥିଲା । ଟ୍ରାଫିକ ପୁଲିସକୁ ମିଳିଥିବା ଏକ ହ୍ବାଟସଆପ୍ ବାର୍ତ୍ତାରେ କୁହାଯାଇଥିଲା, ଯଦି ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ଶତ୍ରୁତା ଏଡାଇବାକୁ ଚାହୁଁଥାନ୍ତି, ତେବେ ତୁରନ୍ତ ବଟି ଆକାରରେ ୫ କୋଟି ଟଙ୍କା ଦିଅନ୍ତୁ। ଯଦି ଏଥିରେ ସଲମାନ ରାଜି ନ ହୁଅନ୍ତି, ତେବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଯେପରି ହତ୍ୟା କରାଯାଇଛି, ଏ ତୁଳନାରେ ସଲମାନ ଅଧିକ ଭୟଙ୍କର ପରିଣାମ ଭୋଗିବେ ବୋଲି ବାର୍ତ୍ତାରେ ଧମକ ଦିଆଯାଇଛି। ଏହା ଏକ ଧମକପୂର୍ଣ୍ଣ ମେସେଜ୍ ଥିଲା । କାରଣ ଏଥିରେ ଲେଖାଯାଇଥିଲା, ଏହାକୁ ହାଲୁକାରେ ନିଅନ୍ତୁ ନାହିଁ । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଢିଛି ସଲମାନ୍ ଖାନ୍ଙ୍କ ସୁରକ୍ଷା ବ୍ୟବସ୍ଥା । ୱାଇ ପ୍ଲସ୍ ସିକ୍ୟୁରିଟି ସହ ସଲମାନ୍ଙ୍କ ପାଇଁ ପୁଲିସ ଏସକର୍ଟ କାର୍ର ମଧ୍ୟ ବ୍ୟବସ୍ଥା କରାଯାଇଛି।
ଦେଖନ୍ତୁ ଭିଡିଓ; ‘ମାର ମତେ ମାର, ଚାପୁଡା ମାର’, ବୋର୍ଡରେ ଲେଖି ମାଡ ଖାଇଲେ ଯୁବତୀ, ତା’ପରେ କଲେ ଏମିତି..
Comments are closed.