www.samajalive.in
Monday, December 15, 2025
15.1 C
Bhubaneswar

ବିଜେଡି ପକ୍ଷରୁ ଡଃ ଆମ୍ବେଦକର ଜୟନ୍ତୀ

ଆଠଗଡ : ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟଣ ମଣ୍ଡପଠାରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ବି.ଆର. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଦଳର ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର ସଭାପତି ରମେଶ ଚନ୍ଦ୍ର ଘଡେଇଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଦଳର ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର, ମୁଖ୍ୟବକ୍ତା ଭାବେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଯୋଗଦେଇ ଆମ୍ବେଦକରଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏକ ସମତାଭିତ୍ତିକ ସମାଜଗଠନ ଦିଗରେ ଦଳୀୟକର୍ମୀ ଓ ଅନ୍ୟମାନେ ବ୍ରତୀ ହେବାଲାଗି ଆହ୍ୱାନ ଜଣାଇଥିଲେ। ବାବାସାହେବ ଯେଉଁ ସାମାଜିକ ନ୍ୟାୟ ମଧ୍ୟରେ ସମତା ଭିତ୍ତିକ ସମାଜ ଗଠନର ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିବା ପାଇଁ ସମ୍ମିଳିତ ଉଦ୍ୟମ ଲୋଡା ବୋଲି ଦଳିତ ମୋର୍ଚ୍ଚାର ସଂପାଦକ ମାନସ ମଲ୍ଲିକ, ସହସଂପାଦକ କାଶିନାଥ ବେହେରା, ସଂଯୋଜକ ଗଣେଶ୍ୱର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ ଓ ଶାନ୍ତିଲତା ବେହେରା ପ୍ରମୁଖ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ୍‌‌ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ମୀନତି ଗାଗରାଇ, ବ୍ଲକ ଉପାଧ୍ୟକ୍ଷ, ସୁବାସ ମଲ୍ଲିକ, ଟାଙ୍ଗି ଚୌଦ୍ୱାର ବ୍ଲକର ପୂର୍ବତନ ଅଧ୍ୟକ୍ଷା ମଧୁସ୍ମିତା ସେଠୀ, ଜାନକୀଲତା ନାଏକ ପ୍ରମୁଖ ଉଦ୍‌‌ବୋଧନ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories