www.samajalive.in
Sunday, December 14, 2025
26.1 C
Bhubaneswar

‘କଳା, ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମ୍ମିଶ୍ରଣ ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଛି’

ଭୁବନେଶ୍ୱର: ଭୁବନେଶ୍ୱର ମାଟିର ଆଧ୍ୟାତ୍ମିକ ଭାବ ରହିଛି। ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିବା ସ୍ମାରକୀ ଧଉଳି ଶାନ୍ତିସ୍ତୂପ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଉଛି। କଳା, ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମ୍ମିଶ୍ରଣ ଏହାର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଛି ବୋଲି ଆଜି ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସର ଦ୍ୱିତୀୟ ଦିବସ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ, ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଭୁବନେଶ୍ୱରରେ ଆଜି କ୍ରୀଡ଼ା, ଶିକ୍ଷା ଓ ଭାଇଚାରା ସୁଦୃଢ଼ ହୋଇଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରବାସୀଙ୍କୁ ବିଶୁଦ୍ଧ ପାଇପ ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଆମର ଲକ୍ଷ୍ୟ ହେବା ଉଚିତ। ଆଜିର ଓଡ଼ିଆ ନୂଆବର୍ଷ, ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଅବସରରେ ରାଜଧାନୀବାସୀ ତଥା ଓଡ଼ିଶାବାସୀଙ୍କୁ ଆନୁଷ୍ଠାନିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଭାଇଚାରା ଘରେ ଘରେ ପହଞ୍ଚୁ ବୋଲି ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଥିଲେ। ଭାରତବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ଆମ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱର ଓ ଓଡ଼ିଶାର ବିକାଶ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହାକୁ ସାକାର କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

- Advertisement -

ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ବିଶ୍ୱରେ ଭୁବନେଶ୍ୱରର ସ୍ୱତନ୍ତ୍ର ପରିଚୟ ରହିଛି। ମୁଖ୍ୟମନ୍ତ୍ରୀଙ୍କର ଦିଗଦର୍ଶନରେ ଭୁବନେଶ୍ୱରକୁ ଦେଶର ଏକ ଅଗ୍ରଣୀ ସହରରେ ପରିଣତ କରିବା ପାଇଁ ଯେଉଁ ବିକାଶର ଧାରା ଜାରି ରହିଛି, ସେଥିରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେବା ସହ ବିଏମ୍‌ସିର ସ୍ୱଚ୍ଛ ଭୁବନେଶ୍ୱର ମିଶନକୁ ସଫଳ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଲେ ଯେ ଭୁବନେଶ୍ୱରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହୋଇ ଏହା ଦେଶର ଶିକ୍ଷା ହବ୍‌ ଭାବେ ପରିଣତ ହୋଇଛି। ଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀମାନେ ଭୁବନେଶ୍ୱରରେ ସ୍ଥାପିତ ହେବା ଦ୍ୱାରା ଏହା ଦେଶର ଏକ ପ୍ରମୁଖ ଆଇଟି ହବ୍‌ ରୂପେ ମଧ୍ୟ ବିକଶିତ ହୋଇଛି। ଭୁବନେଶ୍ୱରକୁ ପଲିଥିନ୍‌ ମୁକ୍ତ ସହରରେ ପରିଣତ କରି ଏହାକୁ ସବୁଜ, ସୁନ୍ଦର କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଯୋଗଦେଇ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ପୃଷ୍ଠଭୂମି ସଂପର୍କରେ ଆଲୋକପାତ କରିଥିଲେ । ଆଜିର ଏହି ସନ୍ଧ୍ୟା ଉତ୍ସବରେ ମେୟର ସୁଲୋଚନା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ସାଂସ୍କୃତିକ ସନ୍ଧ୍ୟାରେ ଚମ୍ପେଶ୍ୱର ଘୁମୁରା ଅନୁଷ୍ଠାନ, କଳାହାଣ୍ଡି ତରଫରୁ ଘୁମୁରା ନୃତ୍ୟ ଏବଂ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ, ଦିଗପହଣ୍ଡି, ଗଞ୍ଜାମ ପକ୍ଷରୁ ପଶୁମୁଖା ଓ ନାଜିିଆ ଆଲାମ ଏବଂ ସାଥିଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା। ଶ୍ରୀନିବାସ ଘଟୁଆରୀ ଏବଂ ସୁଲଗ୍ନା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories