ରୋଗୀଙ୍କର ଭୁଲ୍ ଗୋଡକୁ ଅସ୍ତ୍ରୋପଚାର କରି ଡାକ୍ତର ନିଲମ୍ବିତ
ହଇଦ୍ରାବାଦ- ହାଇଦ୍ରାବାଦରେ ଘଟିଛି ଏକ ଅଭାବନୀୟ ଘଟଣା । ରୋଗୀଙ୍କ ଭୁଲ୍ ଗୋଡକୁ ଅସ୍ତ୍ରୋପଚାର କରିଛନ୍ତି ଜଣେ ଡାକ୍ତର । ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ଏହି ପ୍ରାଇଭେଟ୍ ଡାକ୍ତରଙ୍କ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯାଇଛି ।
କରନ୍ ଏମ୍ ପାଟିଲ୍ ନାମକ ଏହି ଡାକ୍ତର ଜଣେ ଡାକ୍ତର ଏକ ହାଡ ଅସ୍ତ୍ରୋପଚାର କରିବାର ଥିଲା । ସେ ଭଲ ଥିବା ରୋଗୀଙ୍କର ଡାହାଣ ଗୋଡରେ ଅସ୍ତ୍ରୋପଚାର କରିଥିଲେ । ହେଲେ ରୋଗୀଙ୍କର ବାମ ଗୋଡରେ ଅସ୍ତ୍ରୋପଚାର ହେବାର ଥିଲା ।
ଏକଥା ଜାଣିବାପରେ ରୋଗୀ ଜଣଙ୍କ ଜିଲ୍ଲା ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ପରେ ସମ୍ପୃକ୍ତ ଡାକ୍ତରଙ୍କ ପଞ୍ଜିକରଣକୁ ବାତିଲ କରାଯାଇଛି । ସେ ୬ ମାସ ପର୍ଯ୍ୟନ୍ତ କାହାର ଚିକିତ୍ସା କରିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି ।
Comments are closed.