ଆମାଜନ ପ୍ରାଇମ ଡେ ସେଲ ଆରମ୍ଭ

0

ନୂଆଦିଲ୍ଲୀ : ଅନଲାଇନ ବିକ୍ରୟ କମ୍ପାନୀ ଆମଜନର ପ୍ରାଇମ ଡେ ସେଲ ଆରମ୍ଭ ହୋଇଯାଇଛି। ଏହି ବିକ୍ରୟ ପର୍ବରେ ବିଭିନ୍ନ ସ୍ମାର୍ଟ ଫୋନରେ ରିହାତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନ ବିଷୟରେ।
ୱାନ ପ୍ଲସ-୬ ବଜାରରେ ପ୍ରବେଶ ହେବାପରେ ଲୋକମାନେ ଏହାକୁ କିଣିବାପାଇଁ ମନ ବଳାଇଛନ୍ତି। ଆପଣଙ୍କର ଏଚଡିଏଫସି ଆକାଉଣ୍ଟ ରହିଥିଲେ ଆପଣ ୨ହଜାର ଟଙ୍କା ରିହାତି ପାଇପାରିବେ। ବର୍ତ୍ତମାନ ମୋବାଇଲର ବଜାର ଦର ୩୯,୯୯୯ ରହିଥିବା ବେଳେ ଏହି ଆକାଉଣ୍ଟ ଧାରୀ ଲୋକମାନେ ୩୭,୯୯୯ ମିଳିପାରିବେ। ସାମସଙ୍ଗ ମବାଇଲରେ ମଧ୍ୟ ଗ୍ରାହକ ୧୦ହଜାର ଟଙ୍କା ରିହାତି ପାଇପାରିବେ। ସାମସଙ୍ଗ ନୋଟ-୮ର ବଜାର ମୂଲ୍ୟ ୬୭,୯୦୦ ରହିଥିବା ବେଳେ ରିହାତି ମୂଲ୍ୟରେ ୫୫,୯୯୦ ଟଙ୍କା ରହିଛି। ଏହାସହ ଏହି ଆମଜନ ବିକ୍ରୟ ପର୍ବରେ ଦ୍ରବ୍ୟର ବଦଳି କରିବାର ମଧ୍ୟ ବ୍ୟବସ୍ଥା ରହିଛି। ଏହିପରି ଅନେକ ସ୍ମାର୍ଟଫୋନର ବଜାର ମୂଲ୍ୟ ତୂଳନାରେ ଆମାଜନ ବିକ୍ରୟ ପର୍ବରେ କମ ଦାମରେ ମିଳିପାରୁଛି।

Leave A Reply