ତୁଳସୀରୁ ମିଳୁଥିବା ଆଶ୍ଚର୍ଯ୍ୟକର ଲାଭ ବିଷୟରେ ଆପଣ ଜାଣନ୍ତି କି?

ସାଧାରଣତଃ ଏହା ଆମେ ଜାଣନ୍ତି ଯେ ତୁଳସୀ ଗଛ ଖୁବ୍ ପବିତ୍ର ହେବା ସହ ଆମ ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ଆମ ଶରୀରର ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ହେଲେ ତୁଳସୀ ଆମର ଏପରି କିଛି ସମସ୍ୟା ମଧ୍ୟ ଦୂର କରେ ଯାହା ହୁଏତ ଖୁବ୍ କମ୍‌ ଲୋକଙ୍କୁ ଜଣାଥିବ। ଆସନ୍ତୁ ଜାଣିବା ତୁଳସୀରୁ ମିଳୁଥିବା ଆଶ୍ଚର୍ଯ୍ୟକର ଲାଭ ବିଷୟରେ-

prayash

-ତୁଳସୀ ଆଣ୍ଟି ବାୟୋଟିକ୍ ଭାବେ କାମ କରିଥାଏ। ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରିଯାଇଥାଏ।
-ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରି ରହିଛି। ତୁଳସୀ ପତ୍ରକୁ କିଛି ସମୟ ପାଣିରେ ପକାଇ ସେହି ପାଣିକୁ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
-ତୁଳସୀ ଲଗାତାର ସେବନ କରିବା ଦ୍ୱାରା ଶରୀରରେ ଲୋହିତ ରକ୍ତ କଣିକା ବୃଦ୍ଧି ପାଇଥାଏ।
-ଜ୍ୱର, ସ୍ୱାଇନ ଫ୍ଲୁ , ଡେଙ୍ଗୁ, ଥଣ୍ଡା, ଖାସ, ମ୍ୟାଲେରିଆ ଓ ପ୍ଲେଗ ଭଳି ରୋଗକୁ ଦୂର କରିବାରେ ମଧ୍ୟ ତୁଳସୀ ସହାୟକ ହୋଇଥାଏ।
-ଗର୍ଭବତୀ ମହିଳାଙ୍କୁ ହେଉଥିବା ବାନ୍ତି ସମୟରେ ତୁଳସୀ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
-ତୁଳସୀ ମଶା ଦାଉରୁ ମଧ୍ୟ ରକ୍ଷା କରିଥାଏ। ତୁଳସୀ ପତ୍ରକୁ ଶରୀରରେ ଭଲଭାବେ ଘଷିଦିଅନ୍ତୁ। ଏପରି କଲେ ମଶା ଆଉ କାମୁଡ଼ିବେ ନାହିଁ।
-ଶରୀରରେ କୌଣସି କ୍ଷତ ହୋଇଥିଲେ ସେହି ସ୍ଥାନରେ ତୁଳସୀ ରସ ପକାଇବା ଦ୍ୱାରା ସଂକ୍ରମଣ ହୋଇନଥାଏ।
-କାନରେ ଯନ୍ତ୍ରଣା ହେଉଥିଲେ ତୁଳସୀ ରସକୁ ଗରମ କରି କାନରେ ପକାଇବା ଦ୍ୱାରା ଯନ୍ତ୍ରଣା କମ୍ ହୋଇଥାଏ।

Comments are closed.