ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଜାମ୍ମୁ : ବାର୍ଷିକ ଅମରନାଥ ଯାତ୍ରା ଜୁନ୍ ୨୮ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଏ ନେଇ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍ପିଏଫ୍) ପକ୍ଷରୁ ସ୍ୱତନ୍ତ୍ର ମୋଟରସାଇକଲ୍ ବାହିନୀ ମୁତୟନ କରାଯାଇଛି। ଏହା ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ କ୍ଷୁଦ୍ର ଆମ୍ବୁଲାନ୍ସ ଭଳି ମଧ୍ୟ କାର୍ଯ୍ୟ କରିବ। ଏଥିସହ ରେଡିଓ ଫ୍ରିକ୍ୱେନ୍ି (ଆର୍ଏଫ୍) ଟ୍ୟାଗ୍ ସହିତ ଅମରନାଥ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଯାନଗୁଡିକ ଉପରେ ଦୃଷ୍ଟି ରଖାଯିବ। ଏଥିରେ ବ୍ୟବହୃତ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ କ୍ଷେତ୍ର ଦ୍ୱାରା ଆର୍ଏଫ୍ ସ୍ୱତଃ ଯାନଗୁଡିକୁ ଚିହ୍ନଟ କରି ଦିଗନିର୍ଦେଶ ଦେବ। ସେନା ସମେତ ସମସ୍ତ ସୁରକ୍ଷା ବାହିନୀ ସହିତ ସମନ୍ୱୟ ରକ୍ଷା ନିମନ୍ତେ ଏକ ମିଳିତ ନୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି। ୬୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସମୟରେ ୨୨,୫୦୦ ଅର୍ଦ୍ଧସାମରିକ ବାହିନୀଙ୍କୁ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯିବ। ତେବେ ଜାମ୍ମୁ କାଶ୍ମୀର ପୁଲି, ଅର୍ଦ୍ଧସାମରିକ ବାହିନୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଏବଂ ସେନାର ମୋଟ ୪୦,୦୦୦ ଯବାନ ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାରେ ସାମିଲ ଥିବା କୁହାଯାଇଛି।