ଶ୍ରୀନଗର : ଜୁନ ୨୯ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୫୨ ଦିନର ଯାତ୍ରା ନିମନ୍ତେ ଆଜି ( ସୋମବାରଠାରୁ) ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀନଗରଠାରୁ ୧୪୧ କିମି ଦୂର ଏବଂ ସମୁଦ୍ର ପତନଠାରୁ ୧୨,୭୫୬ ଫୁଟ ଉଚ୍ଚତାରେ ଅବସ୍ଥିତ ଅମରନାଥ ଦେଶର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭାବେ ମାନ୍ୟତାଲାଭ କରିଛି। ପ୍ରତିବର୍ଷ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମରନାଥ ଯାତ୍ରା ଆୟୋଜିତ ହୋଇଥାଏ। ଶ୍ରଦ୍ଧାଳୁମାନେ ଦୁଇଟି ପଥ ଦେଇ ଅମରନାଥ ଗୁମ୍ଫାରେ ବରଫ ଲିଙ୍ଗ ଦର୍ଶନ କରିଥାନ୍ତି। ପେହେଲଗାଓଁ ଦେଇ ଶ୍ରଦ୍ଧାଳୁଙ୍କୁ ୪୮ କିମି ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ଅପରପକ୍ଷରେ ବାଲତାଲ୍ ରାସ୍ତା ମାତ୍ର ୧୪ କିମି ହୋଇଥିଲେ ସୁଦ୍ଧା ଏହା ଅତ୍ୟନ୍ତ କଷ୍ଟସାଧ୍ୟ। ତେଣୁ ୯୫ ପ୍ରତିଶତ ଶ୍ରଦ୍ଧାଳୁ ପେହେଲଗାଓଁ ରାସ୍ତାକୁ ପସନ୍ଦ କରିଥାନ୍ତି।
Popular Categories



