www.samajalive.in
Saturday, December 6, 2025
26.1 C
Bhubaneswar

କାନାଡାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : କାନାଡାର ଭାଙ୍କୋଭର ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି। ଚିରାଗ ଆଣ୍ଟିଲ ନାମକ ଏହି ୨୪ ବର୍ଷୀୟ ଛାତ୍ର ଭାଙ୍କୋଭରରେ ରହି ଅଧ୍ୟୟନ କରୁଥିଲେ। କାନାଡା ୱେଷ୍ଟ ବିଶ୍ବବିଦ୍ୟାଳୟରୁ ନିକଟରେ ଏମବିଏ ଡିଗ୍ରୀ ହାସଲ କରିବାପରେ ଚିରାଗ ସେଠାରେ ଚାକିରି ପାଇଁ ପର୍ମିଟ ପାଇଛନ୍ତି। ଶନିବାର ରାତିରେ ଚିରାଗ ନିଜର ଅଡି କାର୍‌ ଯୋଗେ ବୁଲିବାକୁ ବାହାରିଥିବାବେଳେ ଜଣେ ଆତତାୟୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ କାର୍‌ ମଧ୍ୟରେ ଚିରାଗଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଥିଲେ ସୁଦ୍ଧା କାହାରିକୁ ଗିରଫ କରିନାହିଁ। ତେବେ ଚିରାଗଙ୍କ ସହ କାହାରି ଶତ୍ରୁତା ନଥିବାବେଳେ ତାଙ୍କୁ କାହିଁକି ହତ୍ୟା କରାଗଲା, ତାହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories