www.samajalive.in
Sunday, December 7, 2025
14.1 C
Bhubaneswar

୪୫ଦିନ ମିଳିବ ବାବା ବର୍ଫାନୀଙ୍କ ଦର୍ଶନ; ଜାଣନ୍ତୁ କେବେଠୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଯଦି ଆପଣ ଅମରନାଥ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ପ୍ରସ୍ତୁତ ହୋଇଯାଆନ୍ତୁ। ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରାର ଟାଇମ ଟେବୁଲ ପ୍ରକାଶ କରାଯାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ଭକ୍ତମାନେ ବାବା ବର୍ଫାନୀଙ୍କ ଦର୍ଶନ ମାତ୍ର ୪୫ଦିନ ପାଇପାରିବେ। ଆସନ୍ତା ଜୁନ ୨୯ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୧୯ରେ ଶେଷ ହେବ। ଏଥର ଏହା ଦୁଇ ମାସ ବଦଳରେ ମାତ୍ର ୪୫ଦିନ ଚାଲିବ। ଅମରନାଥ ଯାତ୍ରା ଲାଗି ଏପ୍ରିଲ ୧୫ରୁ ପଞ୍ଜିକରଣ ଆରମ୍ଭ ହେବ। ଏହି ଯାତ୍ରା କରିବା ପାଇଁ ସରକାର ଅନେକ ସର୍ତ୍ତ ମଧ୍ୟ ଜାରି କରିଛନ୍ତି। ଏହାର ଅର୍ଥ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଶାରୀରିକ ଭାବେ ସୁସ୍ଥ ହେବା ଆବଶ୍ୟକ। ଯେଉଁମାନେ ଅମରନାଥ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନେ ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଆବଶ୍ୟକ। ବୁଧବାର ଜମ୍ମୁ-କାଶ୍ମୀରର ରାଜଭବନରେ ଅମରନାଥ ଶ୍ରାଇନ୍‌‌ ବୋର୍ଡର ଅଧ୍ୟକ୍ଷ ଏବଂ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories