ଅମଲା ସଂଘ ଆନ୍ଦୋଳନ ସ୍ଥଗିତ

ସୋମବାରଠୁ କାର୍ଯ୍ୟରେ ଯୋଗଦାନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅମଲାଙ୍କ ଆନ୍ଦୋଳନ କିଛିଦିନ ପାଇଁ ସ୍ଥଗିତ ରଖାଯାଇଛି। ସୋମବାର ଠାରୁ କାର୍ଯ୍ୟରେ ଯୋଗଦେବା ସହ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ ପ୍ରତିନିଧି ଦଳ ସହ ୫- ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଆଲୋଚନା ହୋଇଥିଲା। ସଂଘର ଦାବିକୁ ସରକାର ସହୃଦୟତାର ସହ ବିଚାର କରିବା ସହ ଜିଲାସ୍ତରୀୟ ଅମଲାଙ୍କ ପଦୋନ୍ନତିକୁ ନିର୍ଦ୍ଧାରିତ ସମୟରେ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଏଥିନିମନ୍ତେ ସୋମବାର ବିଜ୍ଞପ୍ତି ପ୍ରକାଶ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ମିଳିତ ମଞ୍ଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି।

Comments are closed.