www.samajalive.in
Monday, December 15, 2025
17.1 C
Bhubaneswar

କୃଷି ଅଧିକାରୀଙ୍କ ନାଁରେ ମହିଳା ଭିଏଲଡବ୍ଲୁଙ୍କ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର କୃଷି ଜିଲା ଅଧିକାରୀ ହିମାଂଶୁ ଶେଖର ପାଢୀଙ୍କ ନାଁରେ ଜଣେ ମହିଳା ଭିଏଲଡବ୍ଲୁ ଅଭିଯୋଗ କରିଥିବା ଜଣାପଡିଛି। ମହିଳା ଭିଏଲଡବ୍ଲୁଙ୍କ ନାଁ ଗୋପନ ରଖାଯାଇଥିବା ବେଳେ ସେ କୃଷି ଜିଲା ଅଧିକାରୀଙ୍କ ଅଧିନରେ କାର୍ଯ୍ୟ କରୁଥିବା ଜଣାପଡିଛି।

ଜିଲା ମୁଖ୍ୟ କୃଷି ଅଧିକାରୀ(ସିଡିଏଓ)ଙ୍କ କାର୍ଯ୍ୟାଳୟରୁ ଗତ ଫେବୃଆରୀ ୨ ତାରିଖ ୩୩୫ ନମ୍ବର ଜରୁରୀ ଚିଠି ଜାରି କରିଥିଲେ। ବଲାଙ୍ଗିର ସବ ଡିଭିଜନ ଅନ୍ତର୍ଗତ ବଲାଙ୍ଗିର, ପୁଇଁନ୍ତଲା, ଆଗଲପୁର, ଲୋଇସିଂହା, ଦେଓଗାଁ ଓ ଗୁଡଭେଲାର ବ୍ଲକ କୃଷି ଅଧିକାରୀମାନଙ୍କୁ ମୃତ୍ତିକା ରସାୟନ ବିଭାଗର ଏଡିଓଙ୍କ କାର୍ଯ୍ୟାଳୟରେ  ଫେବୃଆରୀ ୪ ତାରିଖ ସକାଳ ୯ଟାରୁ ଦିନ ୧୧ଟା ଯାଏଁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ବିଭାଗୀୟ ଅଧିକାରୀଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଭିଏଲଡବ୍ଲ୍ୟୁ ଓ କୃଷି ଓଭରସିଅରମାନେ ମଧ୍ୟ ତଦନ୍ତ ସମୟରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ସିଡିଏଓ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ କମିଟିରେ ସହକାରୀ କୃଷି ଅଧିକାରୀ ସୁଧାକର ନନ୍ଦ, ଏଏଓ ସୁନନ୍ଦା ସାହୁ ଓ ସୀମା ହଲଦାର ରହିଛନ୍ତି। ବନ୍ଦ କୋଠରୀରେ ତଦନ୍ତ ଆରମ୍ଭ କରିଛି କମିଟି। ଗୁରୁବାର ଦିନ ପ୍ରାୟ ୨୫ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରିଥିଲେ। କୃଷି ଜିଲା ଅଧିକାରୀ ଶ୍ରୀ ପାଢୀଙ୍କ ଉପରେ ଆସିଥିବା ଅଭିଯୋଗ ଗୁରୁତର ହୋଇଥିବା ବେଳେ ଏହାକୁ ନେଇ କେହି କିଛି ମୁହଁ ଖୋଲି ନାହାନ୍ତି। ସିଡିଏଓ ଚିଠି କରିବା ଓ ତଦନ୍ତର ନେତୃତ୍ୱ ନେଉଥିବାରୁ ଶ୍ରୀ ମହାନ୍ତିଙ୍କ ପ୍ରତିକ୍ରିୟା  ନିଆଯାଇଥିଲା। ସିଡିଏଓ ଶ୍ରୀ ମହାନ୍ତି କହିଛନ୍ତି ଯେ, କୃଷି ନିର୍ଦ୍ଦେଶକଙ୍କ ଠାରେ କାର୍ଯ୍ୟରତ ମହିଳା ଭିଏଲଡବ୍ଲ୍ୟୁ ଜଣକ ଚିଠି ଲେଖି କୃଷି ଜିଲା ଅଧିକାରୀଙ୍କ ବିରୋଧରେ ଆରୋପ ଆଣିଛନ୍ତି। ଏହି ଘଟଣା ମୋ ଦୃଷ୍ଟିକୁ ପୂର୍ବରୁ କେବେ ଆସି ନାହିଁ। କୃଷି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ଆମେ ବିଭାଗୀୟ ତଦନ୍ତ ଆରମ୍ଭ କରିଛୁ। ଅଭିଯୋଗକାରୀ ମହିଳାଙ୍କ ସମ୍ପର୍କରେ ମଧ୍ୟ ମୋ ପାଖରେ ସେଭଳି କୌଣସି ତଥ୍ୟ ନାହିଁ। ଆଜି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଡାକି ପଚରା ଉଚରା ଚାଲିଛି। ଆସନ୍ତାକାଲି ଅଭିଯୋଗରେ ପକ୍ଷଭୁକ୍ତ ଜିଲା କୃଷି ଅଧିକାରୀ ଶ୍ରୀ ପାଢୀ ତଦନ୍ତ କରୁଥିବା କମିଟି ନିକଟରେ ହାଜର ହେବେ ବୋଲି ସେ କହିଛନ୍ତି।

- Advertisement -

ଏହି ଘଟଣା ସମ୍ପର୍କରେ ଜିଲା କୃଷି ଅଧିକାରୀ ଶ୍ରୀ ପାଢୀଙ୍କ ପ୍ରତିକ୍ରିୟା ନିଆଯିବାରୁ ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ମୁଁ ଘଟଣା ବିଷୟରେ କିଛି ଜାଣି ନାହିଁ। ଯାହା କିଛି ତଦନ୍ତ କରାଯିବ ତାହା ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି। ଆମ ବିଭାଗରେ ପାଣ୍ଠିର ଅଭାବ ରହିଛି, ନିଜ ଦରମାରୁ ଅଫିସରେ ସିସି ଟିଭି କ୍ୟାମେରା ଲଗାଇବି। ପୂର୍ବରୁ ମୋ ନାଁରେ ଜଣେ ମହିଳା ଅଭିଯୋଗ ଆଣିଥିଲେ। ମହିଳା କମିଶନ ଯାଏଁ କଥା ଯାଇଥିଲା। ମୋତେ କମିଶନ କ୍ଲିନଚିଟ୍ ଦେଇସାରିଛନ୍ତି। ଆଗକୁ ମୋର ପଦୋନ୍ନତି ରହିଛି। ତେଣୁ ଏଭଳି ଚକ୍ରାନ୍ତ କରାଯାଇଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ଥରେ ନୁହେଁ, ଦୁଇ ଦୁଇ ଥର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ପୂର୍ବରୁ ଥରେ ଏଭଳି ଘଟଣା ଘଟି ସାରିଥିବା ବେଳେ କାହିଁକି ସିସି ଟିଭି ଲଗାଯାଇ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବରିଷ୍ଠ ଅଧିକାରୀ ଅଫିସ୍ ଭିତରେ ଯାହା କଲେ ମଧ୍ୟ କର୍ମଚାରୀମାନେ ଚାକିରି ଭୟରେ ଚୁପ୍ ରହୁଛନ୍ତି। ବିଶେଷ କରି ମହିଳା କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ବିଭାଗୀୟ ମହିଳା କର୍ମଚାରୀମାନେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ଏବେ କୃଷି କାର୍ଯ୍ୟାଳୟରେ ଦିନକୁ ଦିନ ଘଟୁଥିବା କାରନାମାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories