www.samajalive.in
Sunday, December 7, 2025
26.1 C
Bhubaneswar

ଆସନ୍ତାକାଲିଠାରୁ ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ

ଚେନ୍ନଇ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍‍ ଚେନ୍ନାଇର ଏମ୍‍.ଏ. ଚିଦାମ୍ବରମ୍‍ ଷ୍ଟାଡିୟମରେ ଆରମ୍ଭ ହେବ। କ୍ରିକେଟ୍‍ ପ୍ରେମୀ ତଥା ଦର୍ଶକମାନଙ୍କ ବିନା ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଏକ ଆନ୍ତର୍ଜାତିକ ଟେଷ୍ଟ ମ୍ୟାଚ୍‍ ଆରମ୍ଭ ହେବାକୁ ଯାଉଛି। ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ୍ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ନେତୃତ୍ବାଧିନ  ଇଂଲଣ୍ଡକୁ ଭେଟୁଛି।

ପ୍ରାୟ ଏକ ବର୍ଷ ଧରି କୋଭିଡ-୧୯ର ପ୍ରଭାବ ପରେ ଏହି ମ୍ୟାଚ ମାଧ୍ୟମରେ ଭାରତକୁ ଆନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିବ। ମହାମାରୀ ପୂର୍ବରୁ ଭାରତ ୨୦୧୯ ନଭେମ୍ବର ୨୨ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ  ତାର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲା।

- Advertisement -

ସିରିଜ୍ ବିଜୟର ପୃଷ୍ଠଭୂମିରେ ଉଭୟ ଦଳ ଏହି ଟେଷ୍ଟ ଖେଳିବାକୁ ଯାଉଛନ୍ତି। ବୋର୍ଡର-ଗାଭାସ୍କର ଟ୍ରଫି ଜିତି ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିବାବେଳେ, ଜୋ ରୁଟଙ୍କ ଇଂଲଣ୍ଡ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଛି।

କ୍ବାରେଣ୍ଟାଇନ ଓ କୋଭିଡ ଟେଷ୍ଟ ପରେ ଉଭୟ ଦଳ ୩ଦିନ ଧରି ଜୋରଦାର ନେଟ ପ୍ରାକ୍ଟିସ କରିଛନ୍ତି।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories