ପୂର୍ବତନ ପରିଚାଳକ େଦାଷୀ ସାବ୍ୟସ୍ତ
କଟକ : ସରକାରୀ ଅର୍ଥ ଆତ୍ମସାତ ମାମଲାର ଶୁଣାଣି କରି ବାରିପଦା ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ ମୟୂରଭଞ୍ଜ ମାନଗୋବିନ୍ଦପୁର ଲାମ୍ପସର ପୂର୍ବତନ ପରିଚାଳନା ନିର୍ଦେଶକ ନରେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ େଦାଷୀ ସାବ୍ୟସ୍ତ କରିଛନ୍ତି। ବୁଣାକାର ସହାୟତା େଯାଜନାରେ ଆସିଥିବା ଅର୍ଥକୁ ଶ୍ରୀ ପଣ୍ଡା ନକଲି ହିତାଧିକାରୀଙ୍କ ନାମରେ ଆତ୍ମସାତ କରିଥିବା େନଇ ଅଭିେଯାଗ େହାଇଥିଲା। ଅଭିଯୋଗର ଦତନ୍ତ କରି ଦୁର୍ନୀତି ନିବାରଣ ପକ୍ଷରୁ ଅଦାଲତରେ ଅଭିେଯାଗ ଫର୍ଦ ଦାଖଲ େହାଇଥିଲା। ମାମଲାର ଶୁଣାଣି କରି ଅଦାଲତ ଶ୍ରୀ ପଣ୍ଡାଙ୍କୁ େଦାଷୀ ସାବ୍ୟସ୍ତ କରି ୩ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା େଜାରିମାନା କରିଛନ୍ତି। େଜାରିମାନା ଅନାଦେୟ ଅଧିକ ୨ ମାସ କାରାଦଣ୍ଡାଦେଶ େହାଇଛି। ସରୋଜ କୁମାର ସାମଲ ମାମଲାର ତଦନ୍ତ କରିଥିଲା ବେଳେ ସ୍ବତନ୍ତ୍ର ପିପି ଶାନ୍ତନୁ କୁମାର ଦାସ ମାମଲା ପରିଚାଳନା କରୁଥିଲେ।
ପୂର୍ବତନ ସରପଞ୍ଚଙ୍କ ସମେତ ୪ େଦାଷୀ
କେନ୍ଦୁଝରଗଡ଼/କେନ୍ଦୁଝରସଦର : ବାରିଆ ଥାନା ଅଧୀନ ଆଙ୍ଗୁଳିଆ ପଞ୍ଚାୟତର ଷଡଙ୍ଗୀ-ଜହ୍ନେଇନାଳ ରାସ୍ତା ନିର୍ମାଣ କାର୍ଯ୍ୟକୁ ବାରମ୍ବାର ଦର୍ଶାଇ ଅର୍ଥ ଆତ୍ମସାତ ମାମଲାରେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଶୁକ୍ରବାର ୪ଜଣ ଅଭିଯୁକ୍ତଙ୍କୁ ଦୁଇବର୍ଷ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକମାସ କାରାଦଣ୍ଡାଦେଶ କରିଛନ୍ତି। ପଞ୍ଚାୟତର ପୂର୍ବତନ ସରପଞ୍ଚ ସଦାନନ୍ଦ ନାଏକ, ଠିକାଦାର ଚତୁର୍ଭୁଜ ମହାନ୍ତ, ଷଡଙ୍ଗୀ ଗ୍ରାମର ସୁନାରାମ ମହାନ୍ତ ଓ ଶ୍ରୀପଦ ନାଏକ ଉକ୍ତ ରାସ୍ତାକୁ ବାରମ୍ବାର ନିର୍ମାଣ ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ୍ ନେଇ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଷଡଙ୍ଗୀ-ଜହ୍ନେଇନାଳ ରାସ୍ତା ନିର୍ମାଣ ପାଇଁ ୨୦୦୯-୧୦ ଆର୍ଥିକବର୍ଷରେ ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୧-୧୨ରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ପୁଣି ୫ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇ ମୋଟ ୩୧ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ରଶ୍ମିତା ଦଳେଇ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ବାଲେଶ୍ବର ଭିଜିଲାନ୍ସ ଡିଭିଜନର ତତ୍କାଳୀନ ଇନ୍ସପେକ୍ଟର ନରେନ୍ଦ୍ର କୁମାର େବହେରା ମାମଲାର ତଦନ୍ତ କରୁଥିଲା େବଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଦେବଦତ୍ତ ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ।
ଲାଞ୍ଚ ମାମଲା : େଡମୋନଷ୍ଟ୍ରେଟର େଦାଷୀ ସାବ୍ୟସ୍ତ
ଅନୁଗୋଳ : ଜଣେ ଛାତ୍ରଙ୍କୁ ନୋ ଡ୍ୟୁ ପ୍ରମାଣପତ୍ର ଦେବା ଲାଗି ଲାଞ୍ଚ େନବା ମାମଲାର ଶୁଣାଣି କରି ଅନୁେଗାଳ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ େଛଣ୍ଡିପଦା ବାପୁଜୀ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ େଡମୋନଷ୍ଟ୍ରେଟର ମାନସ ରଞ୍ଜନ ସାହୁଙ୍କୁ େଦାଷୀ ସାବ୍ୟସ୍ତ କରିଛନ୍ତି। ପ୍ରକାଶ େଯ ୨୦୧୮ ନଭେମ୍ବର ୨୨ରେ ବାପୁଜୀ ମହାବିଦ୍ୟାଳୟର + ୨ ବିଜ୍ଞାନର ଛାତ୍ର ଜ୍ଞାନରଞ୍ଜନ ସାହୁ ଫାଇନାଲ ପରୀକ୍ଷା ଫର୍ମ ପୂରଣ କରିବା ବେଳେ ପଦାର୍ଥ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ଶ୍ରୀ ସାହୁ ନୋ ଡ୍ୟୁ ପ୍ରମାଣପତ୍ର େଦବା ପାଇଁ ୨ ହଜାର ଟଙ୍କା ଦାବି କରିଥିଲେ। ଏ େନଇ ଅଭିେଯାଗ େହବା ପରେ ୨୪ ତାରିଖରେ ଛେଣ୍ଡିପଦାର ସପୋଇସାହି ଠାରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାନସ ରଞ୍ଜନଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଅଦାଲତ ଏହି ମାମଲାର ଶୁଣାଣି କରି ଶ୍ରୀ ସାହୁଙ୍କୁ େଦାଷୀ ସାବ୍ୟସ୍ତ କରି ୩ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା େଜାରିମାନା କରିଛନ୍ତି। େଜାରିମାନା ଅନାଦେୟ ଅଧିକ ଦୁଇମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦିଲୀପ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।



