www.samajalive.in
Sunday, December 14, 2025
19.1 C
Bhubaneswar

ଏଏସ୍‌‌ଓ ଅନିୟମିତତା ମାମଲା -ମେଧା ତାଲିକା କାଏମ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଏଏସ୍‌ଓ(ଅାସିଷ୍ଟାଣ୍ଟ ସେକ୍ସନ ଅଫିସର) ଅନିୟମିତତା ମାମଲାରେ ଉଚ୍ଚ ନ୍ୟାୟାଳୟ ଖଣ୍ଡପୀଠ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଜଣିକିଆ ବିଚାରପତିଙ୍କ ରାୟକୁ ଖଣ୍ଡପୀଠ ଖାରଜ କରିବା ସହ ଓପିଏସ୍‌ସି ଦ୍ବାରା ପ୍ରକାଶିତ ୧୧୦୪ ଜଣଙ୍କ ମେଧା ତାଲିକାକୁ ଅଦାଲତ କାଏମ ରଖିଛନ୍ତି। ମନୋନୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇ ନଥିବା ଅଦାଲତ ସ୍ପଷ୍ଟ କରିଛନ୍ତି। ଯେଉଁଠାରୁ ମନୋନୟନ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ଚାଲୁ ରଖିବାକୁ ଉଚ୍ଚ ନ୍ୟାୟାଳୟ ଓପିଏସ୍‌ସିକୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ମାମଲାର ବିଚାର କରି ଉକ୍ତ ରାୟ ପ୍ରକାଶ କରିଛନ୍ତି। ଫଳରେ ମେଧା ତାଲିକାରେ ସ୍ଥାନ ପାଇଥିବା ଅନେକ ଆଶାୟୀଙ୍କ ମଧ୍ୟରେ ନିଯୁକ୍ତି ନେଇ ଆଶା ସଞ୍ଚାର ହୋଇଛି।

ସୂଚନା ଅନୁସାରେ, ୨୦୨୨ ଅଗଷ୍ଟ ୨୭ରେ ୭୯୬ଟି ଏଏସଓ ପଦ ଲାଗି ଓପିଏସସି ପକ୍ଷରୁ ଲିଖିତ ପରୀକ୍ଷା ହୋଇଥିଲା। ପରୀକ୍ଷା ଦେଇଥିବା
ମୋଟ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଅବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨ ନଭେମ୍ବର ୭ରେ ଓପିଏସ୍‌‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଉଚ୍ଚ ନ୍ୟାୟାଳୟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏଏସ୍‌‌ଓ ନିଯୁକ୍ତି ନିମନ୍ତେ ଅନୁଷ୍ଠିତ ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ହୋଇଥିବା ମାମଲାର ଶୁଣାଣି ଗତ ମେ ୧୯ରେ ହୋଇଥିଲା। ଉଚ୍ଚ ନ୍ୟାୟଳୟର ଜଣିକିଆ ପୀଠ ଏଏସଓ ନିଯୁକ୍ତି ନେଇ ଓପିଏସ୍‌‌ସି ଦ୍ୱାରା ପ୍ରକାଶିତ ମେଧା ତାଲିକାକୁ ଖାରଜ କରିଥିଲେ। ଅାଗାମୀ ୨ ମାସ ମଧ୍ୟରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ। କେତେକ ପରୀକ୍ଷାର୍ଥୀ ଏହାର ପୁନର୍ବିଚାର ନିମନ୍ତେ ଦୁଇଜଣିଅା ଖଣ୍ଡପୀଠରେ ଅାବେଦନ କରିଥିଲେ। ଜୁଲାଇ ୩୧ରେ ଉଚ୍ଚ ନ୍ୟାୟାଳୟରେ ଉଭୟ ରିଟ୍‌‌ ପିଟିସନ୍‌‌ ଓ ରିଭ୍ୟୁ ପିଟିସନ୍‌‌ର ଏକତ୍ର ଶୁଣାଣି ହୋଇଥିଲା। ଖଣ୍ଡପୀଠ ଅାବେଦନକୁ ଗ୍ରହଣ କରି ଜଣିକିଅା ବିଚାରପତି ଦେଇଥିବା ନିର୍ଦେଶ ଉପରେ ଗତ ଅଗଷ୍ଟ ୯ ରେ ସ୍ଥଗିତାଦେଶ ଜାରି କରିଥିଲେ। ଡିସେମ୍ବର ୮ରେ ଖଣ୍ଡପୀଠ ମାମଲାର ଚୂଡ଼ାନ୍ତ ଶୁଣାଣି କରିବା ସହ ରାୟ ସଂରକ୍ଷିତ ରଖିଥିଲେ।
ମେଧା ତାଲିକା…

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories