www.samajalive.in
Saturday, December 6, 2025
16.1 C
Bhubaneswar

ଏହି ଗ୍ୟାସ୍‌ ଦର ୩୯.୫୦ ଟଙ୍କା କମିଲା

ଭୁବନେଶ୍ବର : ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଶୁକ୍ରବାର ବ୍ୟାବସାୟିକ ଗ୍ୟାସ୍‌ ଦର ୩୯ଟଙ୍କା ୫୦ପଇସା ହ୍ରାସ କରିଛନ୍ତି। ସାରା ଦେଶରେ ଏହି ନୂତନ ଦର ଲାଗୁ ହୋଇଛି। ନୂତନ ଦର ଅନୁସାରେ ନୂଆଦିଲ୍ଲୀରେ ବ୍ୟାବସାୟିକ ଗ୍ୟାସ୍‌ ଦର ୧୭୯୬ ଟଙ୍କା ୫୦ ପଇସାରୁ ୧୭୫୭ ଟଙ୍କାକୁ ହ୍ରାସ ପାଇଛି। ମୁମ୍ବଇରେ ୧୭୧୦ ଟଙ୍କା, କଲକାତାରେ ୧୮୬୮ଟଙ୍କା ୫୦ ପଇସା ଏବଂ ଚେନ୍ନଇରେ ୧୯୨୯ ଟଙ୍କାକୁ ହ୍ରାସ ପାଇଛି। ଭୁବନେଶ୍ବରରେ ବ୍ୟାବସାୟିକ ଗ୍ୟାସ୍‌ ଟାଙ୍କି ଦାମ୍‌ ୧୯୪୫ ଟଙ୍କା ୫୦ ପଇସା ଥିବାବେଳେ ଦର ହ୍ରାସ ଯୋଗୁଁ ୧୯୦୬ ଟଙ୍କାକୁ ଖସି ଆସିଛି।

ଏହି ଗ୍ୟାସ୍‌ ହୋଟେଲ ଏବଂ ରେସ୍ତୋରାଁ ମାଲିକ କିଣିଥାନ୍ତି। ବ୍ୟାବସାୟିକ ଗ୍ୟାସ୍‌ ଦର ଉଚ୍ଚା ରହିବା ଦ୍ବାରା ହୋଟେଲ ଏବଂ ରେସ୍ତୋରାଁରେ ଭୋଜନ ଦରଦାମ୍‌ ବୃଦ୍ଧି ପାଇଥାଏ। ଦର ହ୍ରାସ ହେତୁ ହୋଟେଲ ମାଲିକ ଏବଂ ଗ୍ରାହକ ଉଭୟ ଉପକୃତ ହେବେ ବୋଲି ଜଣାପଡ଼ିଛି। ଡିସେମ୍ବର ପହିଲାରେ ବ୍ୟାବସାୟିକ ଗ୍ୟାସ୍‌ ଟାଙ୍କି ପିଛା ୨୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବାବେଳେ ଶୁକ୍ରବାର ତୈଳ କମ୍ପାନୀଗୁଡ଼ିକ ୩୯ ଟଙ୍କା ୫୦ ପଇସା କମାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories