www.samajalive.in
Saturday, December 6, 2025
16.1 C
Bhubaneswar

ଚତୁର୍ଥ ଦିନରେ ବୁଖାରୀକୁ ଏସ୍‌ଟିଏଫ୍‌ ଜେରା -ପାକିସ୍ତାନ ଓ କେରଳ ଯୁବକ, ଯୁବତୀଙ୍କ ସହ ତା’ର ସମ୍ପର୍କ

ଭୁବନେଶ୍ବର : ଯାଜପୁର ଜିଲା ନେଉଳପୁରରୁ ଗିରଫ ସୟଦ ଇସାନ ବୁଖାରୀର କଲ ରେକର୍ଡ ରିପୋର୍ଟ (ସିଡିଆର) କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ହାତରେ ଲାଗିଛି। ତଦନ୍ତକାରୀ ସଂସ୍ଥା ବୁଖାରୀ ସମ୍ପର୍କରେ ନୂଆ ତଥ୍ୟ ପାଇଛି। ସେ ଏକାଧିକ ଲୋକଙ୍କ ସହ ହ୍ବାଟ୍ସଆପ୍‌ରେ କଥା ହେଉଥିଲା। ତା’ର ୯ଟି ବ୍ୟାଙ୍କ ଆକାଉଣ୍ଟ ଏବେସୁଦ୍ଧା ମିଳିଛି। ଏହିସବୁ ଆକାଉଣ୍ଟରେ ସେ ଲକ୍ଷ ଲକ୍ଷ ଟଙ୍କା କାରବାର କରିଥିବା ଜଣାପଡ଼ିଛି। ଟଙ୍କା କାରବାରରେ ତା’ର ଆତଙ୍କୀ ସମ୍ପର୍କ ରହିଛି କି ନାହିଁ ସେ ଦିଗରେ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି। ହ୍ବାଟ୍ସଆପ୍‌ରୁ ଡିଲିଟ୍‌ ହୋଇଥିବା ଭଏସ ମେସେଜ୍ ଉଦ୍ଧାର କରିଛି ତଦନ୍ତକାରୀ ସଂସ୍ଥା।

ଶୀଘ୍ର ତା’ର ଅପରାଧ ପୃଷ୍ଠଭୂମି ସଂକ୍ରାନ୍ତରେ ଏସ୍‌ଟିଏଫ୍‌ ପର୍ଦାଫାସ୍‌ କରିବ ବୋଲି ଜଣାପଡ଼ିଛି। ଚତୁର୍ଥ ଦିନରେ ବୁଖାରୀକୁ ଏସ୍‌ଟିଏଫ୍‌ ଜେରା କରିଛି। ଜମ୍ମୁକାଶ୍ମୀର ପୁଲିସ ମଧ୍ୟ ତାକୁ ପଚରାଉଚରା କରିବ। ବୁଖାରୀ ଯୁକ୍ତ ୨ରେ ଫେଲ୍‌ ହୋଇଥିଲା। କିନ୍ତୁ ସେ ୬ଟି ଭାଷା ଜାଣିଥିଲା। ଯେଉଁ ରାଜ୍ୟର ଯୁବତୀଙ୍କୁ ତା’ ଜାଲରେ ଫସାଉଥିଲା, ସେହି ଅଞ୍ଚଳର ଭାଷାରେ ସମ୍ପୃକ୍ତ ଯୁବତୀଙ୍କ ସହ ସେ କଥା ହେଉଥିଲା। କାହାକୁ ସେ ଡାକ୍ତର ତ’ ଆଉ କାହାକୁ ପିଏମ୍‌ଓ କାର୍ଯ୍ୟାଳୟର କର୍ମଚାରୀ କହି ଠକୁଥିଲା। ବୁଖାରୀ ନାମରେ ଲକ୍ଷ୍ମୌରେ ନିର୍ଯାତନା ମାମଲା ରହିଛି। ଜମ୍ମୁରେ ତା’ ବିରୋଧରେ ଏକାଧିକ ଠକେଇ ମାମଲା ଅଛି। ପାକିସ୍ତାନ ଓ କେରଳ ଯୁବକ, ଯୁବତୀଙ୍କ ସହ ତା’ର ସମ୍ପର୍କକୁ ନେଇ ତଦନ୍ତକାରୀ ସଂସ୍ଥାର ସନ୍ଦେହ ଦୃଢ଼ୀଭୂତ ହୋଇଛି। ହେଲେ ଆତଙ୍କୀ ସମ୍ପର୍କ କଥା ପଚାରିଲେ ବୁଖାରୀ ମୁହଁ ଖୋଲୁନଥିବା ଜଣାପଡ଼ିଛି। ତାକୁ ତଦନ୍ତକାରୀ ସଂସ୍ଥା ପୁଣି ଜିମାରେ ଆଣି ପଚରାଉଚରା କରିବ। ଅନ୍ୟପଟେ ଅଭିଯୁକ୍ତକୁ ଜମ୍ମୁ କାଶ୍ମୀର ଓ ଲକ୍ଷ୍ମୌ ପୁଲିସ ଜିମାରେ ନେଇପାରନ୍ତି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories