୬୬୨ବର୍ଗ ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବୈଠକ
ଗୁରୁଡିଝାଟିଆ : କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୬୬୨ ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ରଣଜିତ୍ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ଆବାହକ ଗୋଲକ ନାୟକ, ରାଜ୍ୟ ଉପ-ସଭାପତି କୈଳାସ ମହାପାତ୍ର, +୩ ବର୍ଗର ସଂପାଦକ ଗଗନ ବେଉରା, +୨ କଲେଜ ବର୍ଗର ସଂପାଦକ ଶତାବ୍ଉଦ୍ଦିନ ଅହମ୍ମଦ, କୋଷାଧ୍ୟକ୍ଷ ରଞ୍ଜନ କୁମାର ପ୍ରଧାନ, ଅଧ୍ୟାପକ ବିଜୟ କୁମାର ପଟ୍ଟନାୟକ, ଜ୍ୟୋତ୍ସାରାଣୀ ବସ୍ତିଆ ଓ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଚାକିରୀ ସର୍ତ୍ତାବଳୀ ଓ ୭ମ ବେତନ କମିସନ ଲାଗୁ କରିବା ସଂପର୍କରେ ଦାବି ଜଣାଇଥିଲେ। ଅଧ୍ୟାପକ ସୁରେନ୍ଦ୍ର ପେଣ୍ଠୋଇ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଥିବା ବେଳେ ଚୌଦ୍ୱାର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ପରିଜାଙ୍କୁ ଏହି ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.