www.samajalive.in
Monday, December 8, 2025
24.1 C
Bhubaneswar

ଋଷିକୁଲ୍ୟା ମୁହାଣରେ ଅଲିଭ୍‍ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଲିଭ ରିଡଲେ କଇଁଚ୍ଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲା ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ନିକଟ ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ବର୍ତ୍ତମାନ ବିରଳ ସାମୁଦ୍ରିକ କଇଁଚ୍ଛ ଅଲିଭ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଦୃଷ୍ଟିଗୋଚର ହୋଇଛି। ପ୍ରତିବର୍ଷ ନଭେମ୍ବର ମାସରେ ଏହି ବିରଳ ପ୍ରକ୍ରିୟା ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ ଡ଼ିସେମ୍ବର ମାସ ପ୍ରଥମ ସପ୍ତାହରେ ଋଷିକୁଲ୍ୟା ମୁହାଣର ଦକ୍ଷିଣପାର୍ଶ୍ବ ଅଞ୍ଚଳରେ ଦେଖିବାକୁ ମିଳଛି। ଉପକୂଳଠାରୁ ୫ କି.ମି. ପରିଧି ମଧ୍ୟରେ ସମୁଦ୍ରରେ ଯୋଡ଼ାଯୋଡ଼ା ହୋଇ ଭାସମାନ ଅବସ୍ଥାରେ କଇଁଚ୍ଛଙ୍କୁ ଦେଖିବାକୁ ମିଳିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକ୍ରିୟା ଆସନ୍ତା ଜାନୁଆରୀ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ନଭେମ୍ବର ମାସ ପହିଲାଠାରୁ ବନବିଭାଗ ପକ୍ଷରୁ କଇଁଚ୍ଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିଲା। ଏପରିକି ଗଣଅଣ୍ଡାଦାନ ପ୍ରକ୍ରିୟା ବେଳେ ଯେପରି କିଛି ଅସୁବିଧା ନ ହୁଏ ସେଥିପାଇଁ ମଧ୍ୟ ବେଳାଭୂମି ସଫେଇ କାର୍ଯ୍ୟ ହୋଇଛି। ଏଥିପାଇଁ ୧୦ଜଣିଆ ଟିମ୍‍ ପ୍ରତ୍ୟେକ ଦିନ ପାଟ୍ରୋଲିଂ କରୁଛନ୍ତି। ପ୍ରୟାଗିଠାରୁ ଗୋଖରକୁଦା ମଧ୍ୟରେ ୬ଟି ପ୍ରୋଟେକ୍‍ସନ୍‍ କ୍ୟାମ୍ପ ହୋଇଛି। ପ୍ରତି କ୍ୟାମ୍ପରେ ୩ଜଣ କର୍ମଚାରୀ ରହି କାର୍ଯ୍ୟ ତଦାରଖ କରୁଛନ୍ତି।

କଇଁଚ୍ଛଙ୍କ ମିଳନ ପ୍ରକ୍ରିୟା ଆସନ୍ତା ଜାନୁଆରୀ ମାସରେ ସରିବା ପରେ ପାଗର ଅନୁକୂଳ ଅବସ୍ଥା ଓ ଦକ୍ଷିଣା ପବନର ଆଗମନ ହେଲେ ଅଣ୍ଡା ଦେବା ପାଇଁ କଇଁଚ୍ଛ ବେଳାଭୂମିକୁ ଆସିଥାନ୍ତି। ତାପରେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଗଣ ଅଣ୍ଡାଦାନ ପ୍ରକ୍ରିୟାର ୪୫ ଦିନ ପରେ ସେଥିରୁ ଛୁଆ ଫୁଟିଥାନ୍ତି। ଛୁଆ ଗୁଡ଼ିକ ସ୍ୱତଃପ୍ରବୃତ୍ତ ଭାବେ ସମୁଦ୍ର ଅଭିମୁଖେ ଚାଲି ଯାଇଥାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗତବର୍ଷ ଏହି ଋଷିକୂଲ୍ୟା ମୁହାଣ ବେଳାଭୂମିରେ ୩ଲକ୍ଷ ୨୩ହଜାର ୬୩ଟି କଇଁଚ୍ଛ ଅଣ୍ଡା ଦେଇଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories