www.samajalive.in
Monday, December 8, 2025
16.1 C
Bhubaneswar

ରିଆତି ଲୋଭରେ ଭୋର ୫ଟାରୁ ଦୋକାନ ଆଗରେ ଭିଡ଼ !

ମହାମାରୀର ପ୍ରକୋପ ଜାଣି କିଛି ମାସ ତଳେ ବିଶ୍ବ ବ୍ୟାପୀ ଲକ୍‌-ଡାଉନ୍/ସଟ୍-ଡାଉନ୍ ଚାଲିଥିଲା। କେବଳ ଅର୍ଥନୀତି ଦୋହଲିବାରୁ ନିୟମ କୋହଳ କରାଯିବା ସହ ପ୍ରମୁଖ ରାଷ୍ଟ୍ରମୁଖ୍ୟମାନେ ଲୋକଙ୍କୁ ସତର୍କ ରହିବାକୁ ବରାବର ଉପଦେଶ ଦେଇଆସୁଛନ୍ତି। ହେଲେ କେତେକ ବର୍ଗର ଲୋକ ଯେପରି ଜିଦ୍୍‌ରେ ଅଟଳ ଯେ କୌଣସି ନିୟମ ମାନିବେନାହିଁ। ଏଇ ସମୟରେ ବ୍ରିଟେନ୍, ଆମେରିକାର ବଡ଼ବଡ଼ ବ୍ରାଣ୍ଡର ଷ୍ଟୋର୍‌ରେ ପ୍ରତି ବର୍ଷ ରିଆତି ଲାଗେ। ବଡ଼ଦିନ, ନୂଆ ବର୍ଷ ଅବସରରେ ଲୋକେ ବିଭିନ୍ନ ପ୍ରକାର ସାମଗ୍ରୀ, ପୋଷାକ, ଜୋତା ଇତ୍ୟାଦି ମଧ୍ୟ କିଣୁଥିବାର ଦେଖାଯାଇଛି। ଚଳିତ ବର୍ଷ କୋଭିଡ୍-୧୯ ପାଇଁ ବଜାରରେ ଗ୍ରାହକଙ୍କ ସଂଖ୍ୟା କମ୍ ରହିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲାବେଳେ ଗତ ୨ଦିନରେ ଦୋକାନ ସମ୍ମୁଖରେ ନାହିଁ ନଥିବା ଭିଡ଼ ବ୍ରିଟେନ୍ ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି। ବ୍ରିଟେନ୍‌ର ବିଭିନ୍ନ ପ୍ରାନ୍ତରେ ‘ପ୍ରିମାର୍କ ବ୍ରାଣ୍ଡ ଷ୍ଟୋର୍’ ରହିଛିି। ଏଥରକ ଏହି ଷ୍ଟୋର୍‌ରେ ୭୦% ରିଆତି ମିଳୁଥିବାବେଳେ ଲକ୍-ଡାଉନ୍ ସମୟରେ ଭୋ୍ର୍ ୫ଟାରୁ ଗ୍ରାହକଙ୍କ ଭିଡ଼ ଜମୁଛି। ପ୍ରିମାର୍କ ଷ୍ଟୋର୍‌ ପ୍ରତି ବର୍ଷ ୪୦-୫୦% ରିଆତି ଦେଇଥାଏ, ହେଲେ ଏଥରକ କୋଭିଡ୍ କାରଣରୁ ଦୋକାନ କିଛି ମାସ ବନ୍ଦ ରହିଥିଲା। କ୍ଷୟକ୍ଷତି ଅଧିକ କାରଣରୁ ପ୍ରିମାର୍କ କର୍ତ୍ତୃପକ୍ଷ ୭୦% ରିଆତିର ଘୋଷଣା କରିଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଭଲରେ ଜାଣିଛନ୍ତି, ପ୍ରି-ମାର୍କର ଏଭଳି ଅଫର୍ ବାରମ୍ବାର ଆସିବନାହିଁ। ମହାମାରୀର ଭୟ ଥିବା ସତ୍ତ୍ବେ ଗ୍ରାହକମାନେ ମାସ୍କ, ଗ୍ଲୋଭସ୍‌ ଓ କେତେଜଣ ପିପିଇ କିଟ୍ ପିନ୍ଧି ଷ୍ଟୋର୍‌ ସମ୍ମୁଖରେ ଭୋର୍‌ ୫ଟାରୁ ଭିଡ଼ ଲଗାଇଥିଲେ। ଭିଡ଼ ବଢ଼ିବାରୁ ସେଠା ପୁଲିସ୍ ଗ୍ରାହକଙ୍କୁ ନିୟନ୍ତ୍ରଣ କରିବାକୁ ପହଞ୍ଚିଥିଲା; କିନ୍ତୁ ଲୋକେ କୋଉ ଶୁଣୁଛନ୍ତି? ପ୍ରିମାର୍କର ରିଆତି ବଜାରରୁ ସାମଗ୍ରୀ କିଣିବାର ନିଶା ଯେ ସେମାନଙ୍କୁ ଘାରିଛି। ବ୍ରିଟେନ ପ୍ରଶାସନ ଏ ବାବଦରେ ମତ ଦେଇଛି, ଏହି ଶିକ୍ଷିତ ବର୍ଗର ଲୋକଙ୍କୁ ଆଉ କିଭଳି ବୁଝାଯିବ, ସେମାନେ ମଧ୍ୟ ଜାଣିପାରୁନାହାନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories