‘ଚକୋଲେଟ୍ ଫେସିଆଲ୍’, ‘ଚକୋଲେଟ୍ ପେଡିକିୟୋର-ମେନିକିୟୋର’ ବିଷୟରେ ପୂର୍ବରୁ ଜାଣିଥିଲେ, ଏବେ ‘ଚକୋଲେଟ୍ ହେୟାର୍ ମାସ୍କ’ ସେହି ତାଲିକାରେ ସାମିଲ ହୋଇଛି। କେଶ ପାଇଁ ଚକୋଲେଟ୍ର ପୋଷକତତ୍ତ୍ବ ଉପକାରୀ ହେବା ସହ ମାସକରେ ୨-୩ଥର ଏହି ପ୍ୟାକ୍କୁ ଲଗାଇପାରିବେ। ବିଉଟି ପାର୍ଲର ନଚେତ୍ ଘରେ ଏହାର ପ୍ରୟୋଗ କେଶରେ କରନ୍ତୁ।
ଚକୋଲେଟ୍ ହେୟାର ମାସ୍କ କେଶରେ ଚମକ ଆଣିବା ସହ ରୁପି ସମସ୍ୟା ଦୂର କରେ। ଏଥିପାଇଁ ଆବଶ୍ୟକ ହୋଇଥାଏ ଡାର୍କ ଚକୋଲେଟ୍ ବାର୍, ଫୁଡ୍ ଷ୍ଟୋର୍ରେ ଏହି ବାର୍ ମିଳେ। ଭଲ କମ୍ପାନୀର ବାର୍ ଆଣିବାକୁ ଗୁରୁତ୍ବ ଦିଅନ୍ତୁ। ଅଲିଭ ତେଲ ୩ବଡ଼ ଚାମଚ, ଅଧ କପ୍ ପାଣି। ପ୍ରଥମେ ଚୁଲାରେ ୨ ପାଣିକୁ ଗରମ କରିବେ। ଗରମ ହେବା ପରେ ପାଣି ପତ୍ରକୁ ଚୁଲାରୁ ଓହ୍ଲାଇ ସେଥିରେ ଚକୋଲେଟ୍ ବାର୍ ପକାଇ ମିଶାଇବେ। ଭଲରେ ମିଶିବା ପରେ ଅଲିଭ ତେଲ ମିଶାଇ ମିଶ୍ରଣକୁ ଥଣ୍ଡା ହେବା ପାଇଁ ଛାଡ଼ିବେ। ସେଇ ସମୟରେ କେଶକୁ ଓଦା କରିଦିଅନ୍ତୁ। ଏବେ ଏକ ବ୍ରଶ୍ ସାହାଯ୍ୟରେ ମାସ୍କ ନେଇ କେଶରେ ଲଗାଇ ଭଲରେ ମାଲିସ୍ କରିବେ। ୨୦ ମିନିଟ୍ ପରେ କେଶ ଶାମ୍ପୁ କରନ୍ତୁ। ସପ୍ତାହରେ ଥରୁଟିଏ ଏହି ପ୍ୟାକ୍ ଲଗାଇବା କେଶ ପାଇଁ ଭଲ।
ବିଉଟିସିଆନ୍ଙ୍କ ପରାମର୍ଶରେ ପ୍ରଥମେ ଏହି ମାସ୍କ କେଶରେ ଲଗାଇବା ପରେ ଘରେ ପ୍ରୟୋଗ କରନ୍ତୁ। ଡାର୍କ ଚକୋଲେଟ୍ରେ ଥିବା ତତ୍ତ୍ବ କେଶ ଝଡ଼ା ସମସ୍ୟା କମ୍ କରିବା ସହ ଘନତ୍ବ ବଢ଼ାଇଥାଏ।



